ଭୁବନେଶ୍ୱର: ଅନ୍ଲାଇନ୍ ଗେମିଂକୁ ନେଇ ବଢୁଛି ଆତ୍ମହତ୍ୟା । ଏନେଇ ଚିନ୍ତା ପ୍ରକଟ କଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । କହିଲେ ଧୀରେଧୀରେ ଏହା ଚିନ୍ତାଜନକ ସ୍ଥିତିକୁ ଗଲାଣି । ଗେମ୍ ଆଉ ଗ୍ୟାମ୍ବଲିଙ୍ଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ଏ ବାବଦରେ ଗମ୍ଭୀରତାର ସହିତ ଚିନ୍ତା କରିବାର ଆବଶ୍ୟକତା ରହିଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱର ସହ ନେଇଛନ୍ତି । ସାଇବର ତଦନ୍ତରେ ମିଳିତ ଭାବେ ପଦକ୍ଷେପ ନେଉଛନ୍ତି । ୨୦୨୪ରେ ସାଇବର ଫ୍ରଡରେ ୧୫୩ କୋଟି ଚୋରି ହୋଇଛି ।