ଭୁବନେଶ୍ୱର: ସୁଦର୍ଶନ ପଟ୍ଟନାୟକ ହେଲେ ଜାତୀୟ ଜନଗଣନା- ୨୦୨୭ ବ୍ରାଣ୍ଡ ଆମ୍ବାସଡର । ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ହେଲେ ବ୍ରାଣ୍ଡ ଆମ୍ବାସଡର । ଜନଗଣନା ସଚେତନତାକୁ ଅଧିକ ପ୍ରଭାବୀ କରିବେ ବାଲୁକା ଶିଳ୍ପୀ ସୁଦର୍ଶନ । ବାଲୁକା କଳା ମଧ୍ୟରେ ଲୋକଙ୍କୁ ସଚେତନ କରିବେ ସୁଦର୍ଶନ । ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।ଦେଶରେ ପରବର୍ତ୍ତୀ ଜନଗଣନା ୨୦୨୭ରୁ ଆରମ୍ଭ ହେବ । ଏଥିରେ ଲୋକଙ୍କ ଜାତି ଓ ସାମାଜିକ ଆର୍ଥିକ ବିବରଣୀକୁ ସାମିଲ କରାଯିବ ବୋଲି ଯାହା ଏକ ସୂତ୍ରରୁ ଜଣାପଡିଛି । ଜନଗଣନା ୨୦୨୭ ଓ ଜାତି ଜନଗଣନା ଭାରତର ରାଜନୀତିକ ଓ ସାମାଜିକ ସଂରଚନାରେ ଏକ ଐତିହାସିକ ମୋଡ ପ୍ରମାଣିତ କରେ । ଏହାଦ୍ୱାରା ମହିଳା ସଶକ୍ତିକରଣ , କ୍ଷେତୀୟ ସନ୍ତୁଳନ, ସାମାଜିକ ନ୍ୟାୟ ଓ ଲୋକତାନ୍ତ୍ରିକ ପ୍ରତିନିଧିତ୍ୱର ନୂଆ ଅଧ୍ୟାୟ ଆରମ୍ଭ ହେବ । ୨୦୨୭ ଜନଗଣନା ଆଧାରରେ ନୂଆ ସୀମା ସ୍ଥିର କରାଯିବ । ଏହା ଦ୍ୱାରା ଲୋକସଭା ଓ ବିଧାନସଭା କ୍ଷେତ୍ରର ସଂଖ୍ୟା , କ୍ଷେତ୍ରଫଳ ଓ ପ୍ରତିନିଧିତ୍ୱରେ ବଡ ପରିବର୍ତ୍ତନ ଆଣିପାରେ । ଓଡିଶାରେ ଦୁଇଟି ପର୍ଯ୍ୟାୟରେ ହେବ ଜନଗଣନ। ପ୍ରଥମ ପର୍ଯ୍ୟାୟରେ ଘର ଓ ଆସବାବପତ୍ର ମାର୍କ କରାଯିବ । ଦ୍ୱିତୀୟ ପର୍ଯ୍ୟାୟରେ ଘରକୁ ଘର ହେବ ଜନଗଣନା ।










