24.1 C
Bhubaneswar
Tuesday, February 10, 2026
Homeଓଡିଶାଏସୟୁସିଆଇ  ପକ୍ଷରୁ ଯାଜପୁର ସିଡିଏମ୍ ଓ ଏବଂ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଗଣ ବିକ୍ଷୋଭ

ଏସୟୁସିଆଇ  ପକ୍ଷରୁ ଯାଜପୁର ସିଡିଏମ୍ ଓ ଏବଂ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଗଣ ବିକ୍ଷୋଭ

ଯାଜପୁର: ଏସ ୟୁ ସି ଆଇ  ଯାଜପୁର ଜିଲ୍ଲା କମିଟି ପକ୍ଷରୁ ଆଜି ଯାଜପୁର ଜିଲ୍ଲାପାଳ ଅଫିସ ସମ୍ମୁଖରେ ଏକ ଗଣ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ୯ଟି ବ୍ଲକରୁ ଆସିଥିବା ଶହ ଶହ ସଂଖ୍ୟାରେ ଚାଷୀ, ମୂଲିଆ, ଶ୍ରମିକ, ଛାତ୍ର ଯୁବକ, ମହିଳା ହାତରେ ବ୍ୟାନର ପ୍ଲାକାର୍ଡ ଧରି କୁସୁମା ପୋଖରୀ ଛକରୁ ଏକ ସୁଶୋଭିତ ଶୋଭାଯାତ୍ରାରେ ଜିଲ୍ଲାପାଳ ଅଫିସ ଅଭିମୁଖେ ବାହାରି ଥିଲେ। ଦରଦାମ୍ ବୃଦ୍ଧି ବନ୍ଦକର, ଚାଷୀ ଓ ଭାଗଚାଷୀ ଙ୍କ ଠାରୁ ଉପଯୁକ୍ତ ମୂଲ୍ୟଦେଇ ଧାନ ସଂଗ୍ରହ କର, ପ୍ରତି ବ୍ଲକରେ ଶୀତଳଭଣ୍ଡାର ପ୍ରତିଷ୍ଠା କର, ଯାଜପୁର ମେଡିକାଲ ରେ MRI,CT SCAN ଓ ଏଣ୍ଡୋସ୍କୋପି ଆଦିର ବ୍ୟବସ୍ଥା କରିବା, ବେକାର ଯୁବକ ଯୁବତୀଙ୍କୁ କଳିଙ୍ଗନଗର ଶିଳ୍ପାଞ୍ଚଳ ଓ ସୁକିନ୍ଦାର ଖଣି ଅଞ୍ଚଳରେ ନିଯୁକ୍ତି ଦେବା, ପ୍ରତି ପରିବାରକୁ ୩୦୦ୟୁନିଟ ମାଗଣା ବିଦ୍ୟୁତ୍ ଯୋଗାଇ ଦେବା, ସ୍ମାର୍ଟ ମିଟର ବସାଇବା ବନ୍ଦ କରିବା, ଯାଜପୁର ମେଡିକାଲ ସମେତ ଜିଲ୍ଲାର ସମସ୍ତ ଡାକ୍ତରଖାନାରେ ଖାଲି ପଡ଼ିଥିବା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ମାନଙ୍କୁ ନିଯୁକ୍ତି ଦେବା, ସ୍କୁଲ କଲେଜ ରେ ଖାଲି ପଡ଼ିଥିବା ଶିକ୍ଷକ ଓ ଅଧ୍ୟାପକ ପଦବୀ ଗୁଡିକୁ ପୂରଣ କରିବା, ଦାନଗଦୀ ତହସିଲ ଅନ୍ତର୍ଗତ ଶାଳିଜଙ୍ଗା ମୌଜାର ବେଣାପାଟିଆ ଗ୍ରାମ ବାସୀଙ୍କୁ ଦଖଲିକୃତ ଚାଷ ଜମିର ପଟ୍ଟା ପ୍ରଦାନ କରିବା, ଯାଜପୁର ରୋଡ ଠାରୁ ବିରଜାକ୍ଷେତ୍ର ଦେଇ ଧାମରା କୁ ରେଳ ସଂଯୋଗ କରିବା, ମଦ ମାଦକ ଦ୍ରବ୍ୟ ଓ ଅଶ୍ଳୀଳ ସିନେମା ସଙ୍ଗୀତ ଆଦିର ପ୍ରଚାର ପ୍ରସାର ବନ୍ଦ ଆଦି ଦାବି ଉପରେ ସ୍ଲୋଗାନ ମାନ ଦେଇ ଶୋଭାଯାତ୍ରା କାରୀମାନେ ବଜାର ପରିକ୍ରମା କରିଥିଲେ।ଶୋଭାଯାତ୍ରା ଯିବା ରାସ୍ତାରେ ସି ଡି ଏମ୍ ଓ (CDMO) ଅଫିସ୍ ସମ୍ମୁଖରେ ଏକ ପ୍ରତିବାଦ ସଭା ଜିଲ୍ଲା କମିଟି ସଦସ୍ୟ କମ୍ରେଡ ବିଜୟାନନ୍ଦ ମଲ୍ଲିକ ଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ସମ୍ପାଦକ କମ୍ରେଡ ସୁରେନ୍ଦ୍ର ମଲ୍ଲିକ ଙ୍କ ନେତୃତ୍ୱରେ କମ୍ରେଡ ଅଚ୍ୟୁତ ପ୍ରଧାନ,କମ୍ରେଡ ରାଧାବଲ୍ଲଭ ମଲ୍ଲିକ, କମ୍ରେଡ ସୁବାସ ମଲ୍ଲିକ ଙ୍କୁ ନେଇ ଏକ ପ୍ରତନିଧି ମଣ୍ଡଳୀ ସି ଡି ଏମ୍ ଓ (CDMO) ଙ୍କୁ ଭେଟି ଯାଜପୁର ମେଡିକାଲ ସମେତ ଜିଲ୍ଲାର ସମସ୍ତ ଡାକ୍ତରଖାନାର ଅବ୍ୟବସ୍ଥା ଦୂର କରିବା ପାଇଁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏହାପରେ ଶୋଭାଯାତ୍ରା ଜିଲ୍ଲାପାଳ ଅଫିସ ଅଭିମୁଖେ ଅଗ୍ରସର ହୋଇଥିଲା। ସେଠାରେ ଏକ ପ୍ରତିବାଦ ସଭାରେ ଜିଲ୍ଲା କମିଟି ସଦସ୍ୟ କମ୍ରେଡ ସୁରେଶ ପ୍ରଧାନ, କମ୍ରେଡ କେଦାରନାଥ ସାହୁ,କମ୍ରେଡ ତରଙ୍ଗିଣୀ ଦାସ,କମ୍ରେଡ ଅଭିମନ୍ୟୁ ମଲ୍ଲିକ,କମ୍ରେଡ ସୁଲୋଚନା ପ୍ରଧାନ,କମ୍ରେଡ ଶରତ ବାରିକ,କମ୍ରେଡ ଚୈତନ୍ୟ ସାହୁ,କମ୍ରେଡ ମଧୁମିତା ସାହୁ,କମ୍ରେଡ ନିରୂପମା ବେହେରା ଓ ସଂଯୁକ୍ତା ସାହୁ ଆଦି ବକ୍ତବ୍ୟ ରଖିଥିଲେ। ଜିଲ୍ଲା ସମ୍ପାଦକ ଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳ ଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିବା ସଙ୍ଗେ ସଙ୍ଗେ ଦାବିଗୁଡିକୁ ନେଇ ଆଲୋଚନା କରିଥଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking