31.1 C
Bhubaneswar
Monday, June 2, 2025
Homeଦେଶ ବିଦେଶଡିଆରଡିଓ ପ୍ରସ୍ତୁତ ‘ଇନ୍ଦ୍ରଜାଲ’ର ସଫଳ ପରୀକ୍ଷଣ

ଡିଆରଡିଓ ପ୍ରସ୍ତୁତ ‘ଇନ୍ଦ୍ରଜାଲ’ର ସଫଳ ପରୀକ୍ଷଣ

ଭୋପାଳ: ଡିଆରଡିଓ ପ୍ରସ୍ତୁତ କରିଥିବା ଷ୍ଟ୍ରାଟୋସ୍ଫିୟରିକ୍ ଏୟାରସିପ୍ ପ୍ଲାଟଫର୍ମ’ର ସଫଳ ପରୀକ୍ଷଣ କରାଯାଇଛି । ମଧ୍ୟପ୍ରଦେଶରେ କରାଯାଇଥିବା ଏହି ପରୀକ୍ଷଣ ସଫଳ ହେବାପରେ ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଡିଆରଡିଓ ଏକ ଅତ୍ୟାଧୁନିକ ବେଲୁନ୍ ଢ଼ାଞ୍ଚାରେ ଏହାକୁ ପ୍ରସ୍ତୁତ କରିଥିବା ବେଳେ ଏହା ମୁଖ୍ୟତଃ ଗୁଇନ୍ଦାଗିରି କରିବା, ଅନୁଧ୍ୟାନ କରିବା ଭଳି ବଡ଼ବଡ଼ କାମକୁ ଅତି ସହଜରେ କରିପାରିବାର ସାମର୍ଥ୍ୟ ରଖୁଛି । ପରୀକ୍ଷଣ ସମୟରେ ଏହି ବେଲୁନ ପ୍ରାୟ ୧୭ କିଲୋମିଟର ଉଚ୍ଚକୁ ଯିବା ସହ ପ୍ରାୟ ୬୨ ମିନିଟ୍ ପର୍ଯ୍ୟନ୍ତ ଆକାଶରେ ଉଡିଥିଲା । ଏହି ଉଡାଣ ସମୟରେ ବେଲୁନ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଭୂମିକୁ ପଠାଇଥିଲା । ବେଲୁନ୍‌ରେ ଖଞ୍ଜାଯାଇଥିବା ଅତ୍ୟାଧୁନିକ ଟେକ୍ନୋଲୋଜି ଡାଟା ସଂଗ୍ରହ କରିବା ସହ ଏସବୁକୁ ଏକାଠି କରି ପଠାଇବାର କାମ କରିବ । ତେବେ ଏହା ସାହାଯ୍ୟରେ ଡିଆରଡିଓ ଭବିଷ୍ୟତ ପାଇଁ ଅଧିକ ଉତ୍ତମ ମଡେଲ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛି ।

ଏହି ବେଲୁନ୍‌ଟିର ବୈଶିଷ୍ଟ୍ୟ ହେଉଛି, ଯେଉଁଠି ଲଢୁଆ ବିମାନ ଏବଂ ଡ୍ରୋନ୍ ପହଞ୍ଚିପାରୁନାହାଁନ୍ତି ସେହି ଉଚ୍ଚତାରେ ଏହି ବେଲୁନ ଅତି ସହଜରେ ପହଞ୍ଚିପାରୁଛି । ଏହା ଆକାଶରେ ଥାଇ ଏକ ବଡ କ୍ଷେତ୍ର ସମ୍ପର୍କରେ ଅକ୍ଲେଶରେ ସୂଚନା ପ୍ରଦାନ କରିପାରିବ । ଏହାକୁ ପ୍ରସ୍ତୁତ କରିବାରେ ଖର୍ଚ୍ଚ ମଧ୍ୟ ବହୁତ କମ୍ ହୋଇଥାଏ । ଫାଇଟର ଜେଟ୍ ବା ଅତ୍ୟାଧୁନିକ ଡ୍ରୋନ୍ ପ୍ରସ୍ତୁତ ପାଇଁ ପ୍ରାୟ ୪୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ । କିନ୍ତୁ ଏହି ବେଲୁନ ମାତ୍ର ୮ କୋଟି ଟଙ୍କାରେ ପ୍ରସ୍ତୁତ ହୋଇଯାଏ । ଏହା ଉପରେ ରହି ଶତ୍ରୁ ପକ୍ଷର ଫଟୋ ପଠାଇବା ସହ ରେଡିଓ ସିଗନାଲ୍ ଧରିପାରିବ । ଶତ୍ରୁ ପକ୍ଷର ସିଗନାଲ୍ ଜାମ୍ ମଧ୍ୟ କରିପାରିବ ଏହି ବେଲୁନ୍ । ତେବେ ଏହା ଉପଗ୍ରହ ଭଳି ନିଜ ସହିତ ଅଧିକ ଉପକରଣ ନେଇପାରିବ ନାହିଁ ଏବଂ ଅଧିକ ଜୋରରେ ପବନ ବହିଲେ ଏହା ସୀମା ଅତିକ୍ରମ କରି ଅନ୍ୟ ଦେଶକୁ ଯିବା ଫଳରେ ବିବାଦ ସୃଷ୍ଟି କରିବ ବୋଲି ଆଶଙ୍କା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking