ନୂଆଦିଲ୍ଲୀ : ଅଗ୍ନି-୪ ମିସାଇଲର ସଫଳ ପରୀକ୍ଷଣ । ଅବଦୁଲ କଲାମ ଦ୍ବୀପରୁ ଅଗ୍ନି-୪ ମିସାଇଲର ରାତ୍ରିକାଳୀନ ପରୀକ୍ଷଣ ହୋଇଛି । ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ର ଅବଦୁଲ କଲାମ ଦ୍ବୀପର ୪ ନମ୍ବର ଲଞ୍ଚ ପ୍ୟାଡରୁ ଶୁକ୍ରବାର ରାତି ୭ଟା ୫୫ ମିନିଟରେ ଉତକ୍ଷେପଣ କରାଯାଇଛି । ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୪ ହଜାର କିଲୋମିଟର ରହିଛି ।
ବାଲେଶ୍ବରର ଅବଦୁଲ କଲାମ ଦ୍ବୀପରୁ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଅଗ୍ନି-୪ର ସଫଳ ପରୀକ୍ଷଣ କରାଯାଇଛି । ଏହି କ୍ଷେପଣାସ୍ତ୍ରର ଲମ୍ବ ୨୦ ମିଟର ହୋଇଥିବା ବେଳେ ୧୭ ହଜାର କିଲୋଗ୍ରାମ ଓଜନ ରହିଛି । ଏହା ହଜାର କିଲୋଗ୍ରାମ ପର୍ୟ୍ୟନ୍ତ ଯୁଦ୍ଧାସ୍ତ୍ର ବହନ କରିପାରିବ । ଡିଆରଡିଓର ସ୍ବତନ୍ତ୍ର ବୈଜ୍ଞାନିକ ଏହାର ପରୀକ୍ଷଣ କରିଥିଲେ ।