21.1 C
Bhubaneswar
Sunday, February 1, 2026
Homeଓଡିଶାଜାତୀୟସ୍ତରୀୟ ମଡେଲ ଯୁବ ଗ୍ରାମ ସଭା ପ୍ରତିଯୋଗିତାରେ ଓଡ଼ିଶାର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ସଫଳତା

ଜାତୀୟସ୍ତରୀୟ ମଡେଲ ଯୁବ ଗ୍ରାମ ସଭା ପ୍ରତିଯୋଗିତାରେ ଓଡ଼ିଶାର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ସଫଳତା

ଭୁବନେଶ୍ବର: ଜାତୀୟସ୍ତରରେ ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ (EMRS) ର ଛାତ୍ରଛାତ୍ରୀ । କେନ୍ଦ୍ର ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରାଳୟ ଦ୍ବାରା ଆୟୋଜିତ ଜାତୀୟସ୍ତରୀୟ ମଡେଲ ଯୁବ ଗ୍ରାମ ସଭା (MYGS) ପ୍ରତିଯୋଗିତାରେ ନବରଙ୍ଗପୁର ଜିଲ୍ଲାସ୍ଥିତ ହିର୍ଲି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି । ପଞ୍ଚାୟତିରାଜ ମନ୍ତ୍ରାଳୟ ଦ୍ବାରା ଆୟୋଜିତ ଏହି ପ୍ରତିଯୋଗିତାରେ ସାରା ଦେଶର ପ୍ରାୟ ୨୦୦ଟି EMRS ମଧ୍ୟରେ ଅନୁଷ୍ଠିତ ହୋଇଥିଲା । MYGS ଜାତୀୟ ପୁରସ୍କାର ସମାରୋହ ୨୮ ଜାନୁଆରୀ ୨୦୨୬ ରେ ନୂଆଦିଲ୍ଲୀର ପ୍ରଗତି ମଇଦାନ ସ୍ଥିତ ଭାରତ ମଣ୍ଡପମ୍ ଠାରେ ଆୟୋଜିତ ହୋଇଥିଲା । EMRS, ହିର୍ଲିର ଛାତ୍ରଛାତ୍ରୀ, ଅଧ୍ୟକ୍ଷ ଏବଂ ଗାଇଡ୍ ଶିକ୍ଷକଙ୍କୁ ପ୍ରତିଯୋଗିତାରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ସମ୍ମାନିତ କରାଯାଇଛି । ଏଥିସହ ପୁରସ୍କାର ବାବଦକୁ ଏକ ସ୍ମାରକୀ ସହିତ ୭୫ ଲକ୍ଷ ଟଙ୍କାର ନଗଦ ପୁରସ୍କାର ପ୍ରଦାନ କରାଯାଇଛି । ଏହି ସଫଳତା ଓଡ଼ିଶାର ସମସ୍ତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ, ଓଡ଼ିଶା ମଡେଲ ଆଦିବାସୀ ଶିକ୍ଷା ସମାଜ (OMTES) ଏବଂ ସମଗ୍ର ଓଡ଼ିଶା ରାଜ୍ୟ ପାଇଁ ପ୍ରେରଣାର ଉତ୍ସ ରହିବ । ଏହି ସଫଳତା ଆଦିବାସୀ ଯୁବପିଢିଙ୍କ ମଧ୍ୟରେ ନେତୃତ୍ୱ, ନାଗରିକ ସଚେତନତା ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ପ୍ରତିଫଳିକ କରିବ । ତେବେ ଏହି ସଫଳତା ହାସଲ୍ କରିବା ପରେ ଛାତ୍ରଛାତ୍ରୀମାନେ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଶ୍ରୀ ବା. ପରମେଶ୍ୱରନ, OMTES ସଚିବ ଶ୍ରୀ ସୁରେନ୍ଦ୍ର କୁମାର ମୀନା ଏବଂ ନୋଡାଲ ଅଧିକାରୀ ସୁଶ୍ରୀ ପ୍ରଣତି ପାତ୍ରଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking