ବ୍ୟୁରୋ : ଚଳିତ ବର୍ଷ ବିଭିନ୍ନ ପର୍ବ ପର୍ବାଣୀକୁ ନେଇ ତିଥି ନକ୍ଷତ୍ର କ୍ଷେତ୍ରରେ ଅନେକ ତ୍ରୁଟି ଦେଖା ଦେଇଥିଲା । ଏନେଇ ୨୦୨୫- ୨୬ ବର୍ଷର ପ୍ରକାଶ ପାଇବାକୁ ଯାଉଥିବା ପାଞ୍ଜିରେ ସମାନତା ଆଣିବା ।ପଇଁ ପୁଣିଥରେ ଚିଠି ଲେଖିଛି ଶ୍ରୀମନ୍ଦିର ପ୍ରଶାସନ । ସମସ୍ତ ପାଞ୍ଜିକାରମାନଙ୍କୁ ନଭେମ୍ୱର ୧୪ ତାରିଖ ଭିତରେ ସେମାନଙ୍କ ପାଣ୍ଡୁଲିପି ମୁକ୍ତିମଣ୍ଡପ ପଣ୍ଡିତ ସଭା ଓ ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ପଠାଇବାକୁ କୁହାଯାଇଛି । ବ୍ୟକ୍ତିଗତ ହ୍ୱାଟସଅପ ନମ୍ବର ଓ ପୋଷ୍ଟାଲ ଜରିଆରେ ଏହି ଚିଠି ପଠାଯାଇଛି । ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ସମସ୍ତ ପାଞ୍ଜିକାରଙ୍କ କାର୍ଯ୍ୟାଳୟକୁ ବି ଯୋଗାଯୋଗ କରି ପାଣ୍ଡୁଲିପି ଦାଖଲ କରିବାକୁ କୁହାଯାଇଛି ।