17.1 C
Bhubaneswar
Sunday, February 8, 2026
Homeଓଡିଶା ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ

 ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ

ଯାଜପୁର: ଯାଜପୁର ଜିଲ୍ଲା ବରୀ ବ୍ଲକ ପକ୍ଷରୁ ଜୟସଂକୀର୍ତନ କଳା ପରିଷଦ ର ସଭାପତି ବ୍ଲକ ଜଗନ୍ନାଥ ବ୍ଲକ ସଂକୀର୍ତନ କଳାପରିଷଦପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଯାଜପୁର ଅତିରିକ୍ତ ଜିଲ୍ଲାପାଳ ଙ୍କ ଜରିଆରେ ପାଞ୍ଚ ଦଫା ଦାବି ପ୍ରଦାନ ଆଜି କରାଯାଇଛି।ଯାଜପୁର ଜିଲ୍ଲା କଳାକାର ମଙ୍ଗଳ ସଂଘ ର ସଭାପତି ହରିହର ସ୍ୱାଇଁ ଙ୍କ ସଭାପତିତ୍ୱ ରେ ଜୟ ଜଗନ୍ନାଥ ର ସଭାପତି ନୀଳମଣି ଦାସ ଙ୍କ ନେତୃତ୍ୱ ରେ ଆବାହକ ନଟବର ମହାନ୍ତି ଙ୍କ ସମେତ ଶତାଧିକ କଳାକାରମାନେ ପାଞ୍ଚ ଦଫା ଦାବି ପ୍ରଦାନ କରିଛନ୍ତି।ଦାବି ମଧ୍ୟ ରେ ରହିଛି ମୁଖ୍ୟମନ୍ତ୍ରୀ ଙ୍କ କଳାକାର ଭତ୍ତା ଦୁଇ ହଜାର ରୁ ପାଞ୍ଚ ହଜାର ବୃଦ୍ଧି,2021,22 ରେ ଚୟନ କରାଯାଇଥିବା କଳାକାର ମାନଙ୍କୁ ତୁରନ୍ତ ଭତ୍ତା ପ୍ରଦାନ,ଭାଗବତ ଟୁଙ୍ଗି ର ପୁନରଉଦ୍ଧାର ନିମନ୍ତେ ପଚାଶ ହଜାର ପରିବର୍ତ୍ତେ ଲକ୍ଷେ ଟଙ୍କା କୁ ବୃଦ୍ଧି,ବ୍ଲକ ସ୍ତରୀୟ ସଂକୀର୍ତନ ନିମନ୍ତେ ଏକ ସଂକୀର୍ତନ ଭବନ ପ୍ରଦାନ,ଗ୍ରାମାଞ୍ଚଳ କଳାକାର ମାନଂକୁ ସଚେତନତା ସରକାରୀ କାର୍ଯ୍ୟକ୍ରମ ରେ ସାମିଲ କରିବା ପ୍ରମୁଖ ଦାବି ନେଇ ଅତିରିକ୍ତ ଜିଲ୍ଲାପାଳ ଶିବାନନ୍ଦ ସ୍ୱାଇଁ ଙ୍କ ମାଧ୍ୟମ ରେ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ପ୍ରଦାନ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking