17.1 C
Bhubaneswar
Wednesday, February 4, 2026
Homeଓଡିଶାଶୁଭମିତ୍ରା ହତ୍ୟା: ସିନ ରିକ୍ରିଏସନ

ଶୁଭମିତ୍ରା ହତ୍ୟା: ସିନ ରିକ୍ରିଏସନ

ଭୁବନେଶ୍ୱର: କନଷ୍ଟେବଳ ଶୁଭମିତ୍ରା ସାହୁ ହତ୍ୟା ଘଟଣାରେ ସିନ ରିକ୍ରିଏସନ । ଘଟଗାଁରେ  ମୃତଦେହ ପୋତାଯାଇଥିବା ସ୍ଥାନରେ ସିନ ରିକ୍ରିୁଏସନ କରାଯାଇଛି । ପ୍ରବଳ ବର୍ଷା ଭିତରେ ସିନ ରିକ୍ରିଏସନ କରୁଛି ପୋଲିସ ।  ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜେସିବି ଜରିଆରେ ମାଟି ଖୋଳା ଆରମ୍ଭ ହୋଇଛି । ଅଭିଯୁକ୍ତ ଦୀପକ  ରାଉତକୁ ନେଇ ସିନ ରିକ୍ରିଏସନ କରି ବାହାର କରାଗଲା ମୃତଦେହ । ଦୀପକ ପୋଲିସ କନଷ୍ଟେବଳ ହୋଇଥିବାରୁ ଚତୁରତା ଆପଣେଇଥିଲା । ନିଜେ ପୋଲିସ ହୋଇଥିଲେ ବି ଶେଷରେ ସେହି ପୋଲିସ ଜାଲରେ ଫସିଲା । ସୂଚନାଥାଉକି,ତ ୬ ତାରିଖ ଦିନ ଶୁଭମିତ୍ରା ଡିସିପି ଅଫିସକୁ ଡ୍ୟୁଟି କରିବାକୁ ଆସି ସନ୍ଧ୍ୟା ୭ଟାରେ ଭଡ଼ା ଘରକୁ ଫେରିଥିଲେ। ଏହାପରଠୁ ତାଙ୍କର ମୋବାଇଲ ସୁଇଚଅଫ୍ ହୋଇଯାଇଥିଲା। ଦୁଇ ଦିନ କାଳ ଯୋଗାଯୋଗ ନହେବାରୁ ତାଙ୍କ ବାପା ଆସି ଖୋଜାଖୋଜି କରିବା ସହ କ୍ୟାପିଟାଲ ଥାନାରେ ଝିଅ ନିଖୋଜ ଥିବା ନେଇ ଏତଲା ଦେଇଥିଲେ। ପୁଲିସ ମାମଲାକୁ ଗୁରୁତ୍ୱର ସହ ଗ୍ରହଣ କରି ତଦନ୍ତ ସମୟରେ କଲ୍ ଡିଟେଲ୍ସରୁ ଅଭିଯୁକ୍ତ ପ୍ରେମିକ କନେଷ୍ଟବଳଙ୍କ ବାବଦରେ ଜାଣିବାକୁ ପାଇଥିଲା। ତାଙ୍କୁ ମାରାଥନ ଜେରା କରିବା ପରେ ସେ ପୁଲିସ ଆଗରେ ସବୁ ସତ ମାନିଯାଇଥିବା କୁହାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking