ଭୁବନେଶ୍ୱର: କିଲର କନଷ୍ଟେବଳ ଦୀପକ ରାଉତ ନିଲମ୍ବିତ । ଶୁଭମିତ୍ରା ହତ୍ୟା ମାମଲାରେ ଗିରଫ ପରେ ନିଲମ୍ବନ କଲେ ଡିସିପି । ଦୀପକକୁ କ୍ୟାପିଟାଲ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । କନେଷ୍ଟବଳ ଶୁଭମିତ୍ରାଙ୍କ ହତ୍ୟା ରହସ୍ୟ ଖୋଲିବା ପରେ ଦୀପକଙ୍କ ପ୍ରଥମ ପତ୍ନୀଙ୍କ ମୃତ୍ୟୁକୁ ନେଇ ବଢୁଛି ସନ୍ଦେହ । ପ୍ରଥମ ପତ୍ନୀଙ୍କ ମୃତ୍ୟୁ ଦୁର୍ଘଟଣାରେ ନୁହଁ, ଦୀପକ ହିଁ ହତ୍ୟା କରିଛି ବୋଲି ସାଂଘାତିକ ଅଭିଯୋଗ ଆଣିଛନ୍ତି ତାଙ୍କ ପରିବାର ଲୋକ । ଘଟଣାର ପୁଣି ଥରେ ତଦନ୍ତ କରିବା ପାଇଁ ଦାବି କରିଛନ୍ତି ବାପା, ମା’ ଓ ଭଉଣୀ । ତଦନ୍ତ କଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି କହିଛନ୍ତି ।










