25.1 C
Bhubaneswar
Tuesday, February 3, 2026
Homeଓଡିଶାଶୁଭମିତ୍ରା ହତ୍ୟା ଘଟଣା: ୧୦ ଲକ୍ଷ ଟଙ୍କା ଝଗଡାରୁ ହତ୍ୟା: ସିପି

ଶୁଭମିତ୍ରା ହତ୍ୟା ଘଟଣା: ୧୦ ଲକ୍ଷ ଟଙ୍କା ଝଗଡାରୁ ହତ୍ୟା: ସିପି

ଭୁବନେଶ୍ୱର: ଶୁଭମିତ୍ରା ଅଭିଯୁକ୍ତ ଦୀପକକୁ ପ୍ରାୟ ୧୦ ଲକ୍ଷ ଟଙ୍କା ଦେଇଥିଲା । ବିବାହ ଉତ୍ସବ ପାଳନ ପାଇଁ ଶୁଭମିତ୍ରା ଟଙ୍କା ମାଗିବାରୁ ଝଗଡା ହୋଇଥିଲା କହିଛନ୍ତି କମିଶନରେଟ ପୋଲିସ ଏସ ଦେବଦତ୍ତ ସିଂ । ଏଯାବତ ଏକା ହତ୍ୟା କରିଥିବା ପ୍ରମାଣ ମିଳିଛି । ତଥାପି ତଦନ୍ତ ଚାଲିଛି । ମାତ୍ର ମୃତଦେହ ଘଟଗାଁ ନେଇ ପୋତିବା ନେଇ ଖୋଳତାଡ ଚାଲିଛି । ୨୦୨୪ ଜୁଲାଇରେ ଶୁଭମିତ୍ରାଙ୍କୁ କୋର୍ଟରେ ବିବାହ କରିଥିଲା ଦୀପକ । ୧ କୋଟି ଟଙ୍କାର ବୀମା କରିବା ନେଇ ସୂଚନା ମିଳିଛି ।  ଦୀପକର ପଲିଗ୍ରାଫ ଟେଷ୍ଟ କରାଯାଇଛି । ରିପୋର୍ଟକୁ ଅପେକ୍ଷା । ଗତ ୬ ତାରିଖ ଦିନ ଶୁଭମିତ୍ରା ଡିସିପି ଅଫିସକୁ ଡ୍ୟୁଟି କରିବାକୁ ଆସି ସନ୍ଧ୍ୟା ୭ଟାରେ ଭଡ଼ା ଘରକୁ ଫେରିଥିଲେ। ଏହାପରଠୁ ତାଙ୍କର ମୋବାଇଲ ସୁଇଚଅଫ୍ ହୋଇଯାଇଥିଲା। ଦୁଇ ଦିନ କାଳ ଯୋଗାଯୋଗ ନହେବାରୁ ତାଙ୍କ ବାପା ଆସି ଖୋଜାଖୋଜି କରିବା ସହ କ୍ୟାପିଟାଲ ଥାନାରେ ଝିଅ ନିଖୋଜ ଥିବା ନେଇ ଏତଲା ଦେଇଥିଲେ। ପୁଲିସ ମାମଲାକୁ ଗୁରୁତ୍ୱର ସହ ଗ୍ରହଣ କରି ତଦନ୍ତ ସମୟରେ କଲ୍ ଡିଟେଲ୍ସରୁ ଅଭିଯୁକ୍ତ ପ୍ରେମିକ କନେଷ୍ଟବଳଙ୍କ ବାବଦରେ ଜାଣିବାକୁ ପାଇଥିଲା। ତାଙ୍କୁ ମାରାଥନ ଜେରା କରିବା ପରେ ସେ ପୁଲିସ ଆଗରେ ସବୁ ସତ ମାନିଯାଇଥିବା କୁହାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking