32.1 C
Bhubaneswar
Wednesday, September 18, 2024
Homeଓଡିଶାଆରମ୍ଭ ହେବ ‘ସୁଭଦ୍ରା’ ଯୋଜନା ଫର୍ମ ବିତରଣ

ଆରମ୍ଭ ହେବ ‘ସୁଭଦ୍ରା’ ଯୋଜନା ଫର୍ମ ବିତରଣ

 ଆବେଦନ ଫର୍ମ ପୂରଣ ଓ ଦାଖଲ ହେବ ସଂପୂର୍ଣ୍ଣ ଦେୟମୁକ୍ତ
 ଆବେଦନ ଫର୍ମ ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ୍‌ କାର୍ଯ୍ୟାଳୟ, ପୌରାଞ୍ଚଳ କାର୍ଯ୍ୟାଳୟ, ମୋ ସେବା କେନ୍ଦ୍ର ଓ ସାଧାରଣ ସେବା କେନ୍ଦ୍ରରେ ଉପଲବ୍ଧ ହେବ
 ମୋ ସେବା କେନ୍ଦ୍ର ଓ ସାଧାରଣ ସେବା କେନ୍ଦ୍ରରେ ଫର୍ମ ଦାଖଲ ହୋଇପାରିବ

ଭୁବନେଶ୍ୱର : ମହିଳାମାନଙ୍କର ସାମାଜିକ ଓ ଅର୍ଥନୈତିକ ସ୍ଥିତିକୁ ମଜବୁତ କରିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ‘ସୁଭଦ୍ରା’ ଯୋଜନା ଆରମ୍ଭ କରିଛନ୍ତି । ଏଥି ନିମନ୍ତେ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇସାରିଛି । ଏହି ଯୋଜନା ଅଧୀନରେ ଓଡ଼ିଶାର ଏକ କୋଟିରୁ ଊଦ୍ଧ୍ୱର୍ ମହିଳା ଉପକୃତ ହୋଇପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରତିଭା ପରିଡ଼ା କହିଛନ୍ତି ।
ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାକୁ ପର୍ଯ୍ୟାପ୍ତ ପରିମାଣର ଆବେଦନ ଫର୍ମ ପଠାଯାଇଛି । ସମସ୍ତ ଜିଲ୍ଲାରେ ହିତାଧିକାରୀଙ୍କ ନିମନ୍ତେ ଆଜିଠାରୁ ଏହି ଫର୍ମ ଉପଲବ୍ଧ ହେବା ସହ ଆସନ୍ତାକାଲିଠାରୁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହେବ । ଏ ସମସ୍ତ ପ୍ରକ୍ରିୟା ଦେୟମୁକ୍ତ ହେବ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ୍‌ କାର୍ଯ୍ୟାଳୟ, ପୌରାଞ୍ଚଳ କାର୍ଯ୍ୟାଳୟ, ମୋ ସେବା କେନ୍ଦ୍ର ଓ ସାଧାରଣ ସେବା କେନ୍ଦ୍ରରେ ଏହି ଆବେଦନ ଫର୍ମ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ହେବ । ଆବେଦନକାରୀମାନେ ଫର୍ମ ପୂରଣ କରି ଏହାକୁ ନିକଟସ୍ଥ ମୋ ସେବା କେନ୍ଦ୍ର କିମ୍ବା ସାଧାରଣ ସେବା କେନ୍ଦ୍ରରେ ଦାଖଲ କରିପାରିବେ ।
‘ସୁଭଦ୍ରା’ ଯୋଜନାରେ ଆବେଦନ କରିବା ନିମନ୍ତେ ହିତାଧିକାରୀଙ୍କ ପାଖରେ ନିଜ ନାମରେ ଆଧାର କାର୍ଡ/ନମ୍ବର ଥିବା ଏକାନ୍ତ ଆବଶ୍ୟକ । ଏହା ସହ ଆଧାର କାର୍ଡ ସହିତ ଏକକ-ଧାରକ ବ୍ୟାଙ୍କ ଆକାଉଣ୍ଟ (କେବଳ ନିଜ ନାମରେ ଥିବା ବ୍ୟାଙ୍କ ଆକାଉଣ୍ଟ) ସଂଯୋଗ ହୋଇଥିବା ଜରୁରୀ । ଏହି ବ୍ୟାଙ୍କ ଆକାଉଣ୍ଟଟି ଚାଲୁ ରହିଥିବା ଏବଂ ସିଧାସଳଖ ଟଙ୍କା ସହାୟତା ପାଇଁ ସକ୍ଷମ ଥିବା ଆବଶ୍ୟକ । ହିତାଧିକାରୀଙ୍କ ମୋବାଇଲ୍‌ ନମ୍ବରଟି ମଧ୍ୟ ଆଧାର କାର୍ଡ ସହ ଲିଙ୍କ୍‌ ହୋଇଥିବା ଆବଶ୍ୟକ । ଏହି ଯୋଜନା ନେଇ କୌଣସି ଭ୍ରମିତ ଖବର ଦ୍ୱାରା ପ୍ରଭାବିତ ନହେବା ପାଇଁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking