25.1 C
Bhubaneswar
Tuesday, February 3, 2026
Homeଓଡିଶା‘ସୁଭଦ୍ରା’ ଯୋଜନାକୁ ନେଇ ଉପ-ମୁଖ୍ୟମନ୍ତ୍ରୀଙ୍କ ବଡ ସୂଚନା

‘ସୁଭଦ୍ରା’ ଯୋଜନାକୁ ନେଇ ଉପ-ମୁଖ୍ୟମନ୍ତ୍ରୀଙ୍କ ବଡ ସୂଚନା

ଭୁବନେଶ୍ବର : ‘ସୁଭଦ୍ରା’ ଯୋଜନା ଆରମ୍ଭ ହୋଇଯାଇଛି। ମୋ ସେବା କେନ୍ଦ୍ର, ଆନ୍‌ଲାଇନ୍‌ ସେଣ୍ଟର, ପୋଷ୍ଟ ଅଫିସ, ବ୍ୟାଙ୍କରେ ମହିଳାମାନଙ୍କର ଭିଡ଼ ରହୁଛି। ଏହାର କାରଣ ହେଲା ଆଧାରକାର୍ଡ ଓ ବ୍ୟାଙ୍କ ପାସ୍‌ବୁକ୍‌ରେ ଥିବା ତ୍ରୁଟିକୁ ସଂଶୋଧନ କରିବା। ଏହାରି ମଧ୍ୟରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କଲ ସେଣ୍ଟର ଉଦ୍‌ଘାଟନ କରିଛନ୍ତି।
ଏହି ଅବସରରେ ଶ୍ରୀମତୀ ପରିଡ଼ା ବଡ଼ ଘୋଷଣା କରିଛନ୍ତି, ଯାହାକି ହିତାଧିକାରୀଙ୍କୁ ବଡ଼ ଆଶ୍ବସ୍ତି ମିଳିଛି। ସେ କହିଛନ୍ତି, ୧୭ ତାରିଖ ପରେ ପଞ୍ଜୀକରଣ କଲେ ମଧ୍ୟ ହିତାଧିକାରୀମାନେ ଟଙ୍କା ପାଇପାରିବେ। ସୁଭଦ୍ରା ଫର୍ମ ଦାଖଲ କରିବାର କୌଣସି ଶେଷ ତାରିଖ ନାହିଁ। ଆସନ୍ତା ୧୭ ତାରିଖରେ ଯୋଗ୍ୟ ହିତାଧିକାରୀଙ୍କୁ ସୁବଦ୍ରା ଯୋଜନାରେ ଟଙ୍କା ମିଳିବ। ୧୭ ତାରିଖ ପରେ ମଧ୍ୟ ଫର୍ମ ଦାଖଲ କଲେ ପ୍ରଥମ କିସ୍ତିର ଟଙ୍କା ମିଳିପାରିବ। ଯୋଜନା ସଂପର୍କରେ ଅଧିକ ଜାଣିବା ପାଇଁ ହିତାଧିକାରୀମାନେ ଟୋଲ ଫ୍ରି ନମ୍ବର ୧୪୬୭୮କୁ କଲ କଲେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପାଇପାରିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking