ଭୁବନେଶ୍ୱର: ସର୍ଭେ ପରେ ମିଳିବ ସୁଭଦ୍ରାର ତୃତୀୟ କିସ୍ତି । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଅଯୋଗ୍ୟ ହିତାଧିକାରୀଙ୍କ ସର୍ଭେ ପରେ ତୃତୀୟ କିସ୍ତି ଟଙ୍କା ଦିଆଯିବ । ୧ ଲକ୍ଷ ୭୦ ହଜାର ହିତାଧିକାରୀଙ୍କ ଭିତରୁ ଯେଉଁମାନେ ଯୋଗ୍ୟ ପାଇବେ । ୩ୟ କିସ୍ତି ପରେ ୨୧ ବର୍ଷର ହୋଇଥିଲେ , ପୁଣି ସୁଭଦ୍ରା ଓପନ ହେବ । ଏପ୍ରିଲ ୧୪ ପରେ ଘରକୁ ଘର ବୁଲି ସର୍ଭେ ହେବ କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ୨୨ ଓ ୨୩ ତାରିଖରେ ନୂତନ ଆବେଦନକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବ । ରବିବାର ସୁଦ୍ଧା ୧ ଲକ୍ଷ ୭୦ ହଜାର ନୂଆ ଆବେଦନ କରିଛନ୍ତି ।