ଭୁବନେଶ୍ୱର : ଜାନୁଆରୀରେ ଆସିବ ସୁଭଦ୍ରା ଟଙ୍କା । ପ୍ରଥମ କିସ୍ତିର ଚତୁର୍ଥ ପଯ୍ୟାୟ ଟଙ୍କା ଆସିବ । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି । ଗତକାଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମାଲକାନଗିରି ଗସ୍ତରେ ଯାଇଥିଲେ । ବଣ୍ଡାଘାଟି ରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସ୍ଥିତି ପରଖିଲେ । ସୁଭଦ୍ରା ଓ ଆବାସ ଯୋଜନା ବାବଦରେ ଲୋକଙ୍କୁ ଭେଟି ସୁଭଦ୍ରା ୨୯୩୨ ରିଜେକ୍ଟ ଆବେଦନର ବିଚାର ହେବ କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଆବାସ ଯୋଜନାରେ ଘର ନିର୍ମାଣ ପାଇଁ ଏଠି ଅଧିକ ଖର୍ଚ୍ଚ ହେଉଛି । ତେଣୁ ସରକାର ବଣ୍ଡାଘାଟିବାସୀଙ୍କୁ ଆବାସ ପାଇଁ ଅଧିକ ୫୦ ହଜାର ଦେବେ । ସମସ୍ତ ବଣ୍ଡା ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।