30.1 C
Bhubaneswar
Sunday, March 22, 2026
Homeଓଡିଶାନୂଆପଡା ମହିଳାଙ୍କୁ ଶକ୍ତିହୀନ କରି ସୁଭଦ୍ରା ଶକ୍ତି ସମାବେଶ କରୁଛନ୍ତି

ନୂଆପଡା ମହିଳାଙ୍କୁ ଶକ୍ତିହୀନ କରି ସୁଭଦ୍ରା ଶକ୍ତି ସମାବେଶ କରୁଛନ୍ତି

ସୁଭଦ୍ରା ଶକ୍ତି ସମାବେଶ ନିର୍ବାଚନ ଆଚରଣ ବିଧିର ଉଲଂଘନ

ନୂଆପଡ଼ା/ ଭୁବନେଶ୍ୱର: ନୂଆକରି ନୂଆପଡ଼ା ଆସିଥିବା ବିଜେପି ନେତ୍ରୀ ତଥା ରାଜ୍ୟ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ସୁଭଦ୍ରା ଯୋଜନାକୁ ନେଇ ଭ୍ରମାତ୍ମକ ତଥ୍ୟ ଏବଂ ବକ୍ତବ୍ୟ ରଖିଛନ୍ତି। ତାହାକୁ କଂଗ୍ରେସ ନିନ୍ଦା କରୁଛି ବୋଲି ଆଜି ନୂଆପଡ଼ାର ଖୁଣ୍ଟିଆ ଭବନ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମୀଳନୀରେ ପିସିସି ମୁଖପାତ୍ର ଶ୍ରୀମତୀ ସୋନାଲି ସାହୁ ପ୍ରକାଶ କରିଛନ୍ତି। ସେ କହିଛନ୍ତି ବର୍ତ୍ତମାନ ନୂଆପଡ଼ାରେ ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହେବାପରେ ସୁଭଦ୍ରା ଶକ୍ତି ସମାବେଶ ନାଁରେ ଦଳୀୟ କାର୍ଯ୍ୟାଳୟରେ ଏବଂ ଦଳୀୟ ବ୍ୟାନର ରେ ଯେଉଁଭଳି ଭାବରେ ମହିଳାମାନଙ୍କୁ ନେଇ ସମାବେଶ କରାଗଲା ତାହା ନିଶ୍ଚିତ ଭାବରେ ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲଙ୍ଘନ କରିଛି। ଆମେ ମଧ୍ୟ ଏହି ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛୁ। ସୁଭଦ୍ରା ଯୋଜନା ନାମରେ ଭୋଟ ଲୁଟ କରିବା ବିଜେପିର ଏକ ଅଭ୍ୟାସରେ ପରିଣତ ହୋଇଗଲାଣି। ୨୦୧୯ ନିର୍ବାଚନରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଜଣକୁ ୫୦ ହଜାର ଏକ କାଳୀନ ମିଳିବ ବୋଲି ମହିଳାଙ୍କୁ ଦଳ ପକ୍ଷରୁ ପ୍ରତିଶ୍ରୁତି ଦେଇଥିଲେ। ବିଜେପି ସରକାରକୁ ଆସିଲା ପରେ ଥରକୁ ୫୦ ହଜାର ସ୍ଥାନରେ ୬ ମାସକୁ ୫ ହଜାର କିସ୍ତି ହୋଇଗଲା । ତାହା ପୁଣି ସରକାରଙ୍କ ପାଖରେ ପଇସା ନାହିଁ ଯେ, ୬୦ ବର୍ଷର ମହିଳା, ଯାହା ଘରେ ୨ ଚକିଆ ଜାନ ଅଛି ଏବେ ପୁଣି ୧୮ ହଜାର ଛାତ୍ରବୃତ୍ତି ପାଉଥିବା ଏସସି ଏସଟି ଛାତ୍ରୀଙ୍କୁ ବଞ୍ଚିତ କରାଯାଇଛି । ନୂଆପଡା ଜିଲ୍ଲାରୁ କେବଳ ୨୦ ହଜାର ଛାତ୍ରୀଙ୍କୁ ସରକାର ଏହି ସୁଭଦ୍ରା ଯୋଜନାରୁ ବଞ୍ଚିତ କରୁଥିବା ଆକଳନ କରାଯାଉଛି।

ନୂଆପଡା ମହିଳାଙ୍କୁ ଶକ୍ତିହୀନ କରି ନୂଆପଡାରେ ସୁଭଦ୍ରା ଶକ୍ତି ସମାବେଶ କରିବାକୁ ଉପ ମୁଖ୍ୟମନ୍ତ୍ରୀ ପ୍ରତିଭା ପରିଡ଼ାଙ୍କୁ କେମିତି ଲଜ୍ଜ୍ୟା ଲାଗୁନି! ରାସ୍ତା କଡରେ ବଡ଼ ହୋର୍ଡି, ବସରେ, ଅଟୋରେ ଚାରିଆଡେ ପୋଷ୍ଟର ମାରି ପ୍ରତାରଣା କରୁଛନ୍ତି । ଯେଉଁ ସରକାର ବେଟୀ ବଚାଓ ବେଟୀ ପଢ଼ାଓର ନାରା ଦେଉଛି ତାଙ୍କ ଶାସିତ ରାଜ୍ୟ ଓଡ଼ିଶାରେ ଦିନକୁ ପ୍ରାୟ ୩୦ ଗୋଟି ଦୁଷ୍କର୍ମ ଓ ଗଣଦୁଷ୍କର୍ମ ହେଉଛି । ବୋଧହୁଏ ଡବଲ ଇଞ୍ଜିନ ତେଣୁ ଦୁଷ୍କର୍ମ ମଧ୍ୟ ଡବଲ ହେଉଛି । ଓଡ଼ିଶାରେ ବିଜେପି ସରକାର ସୁଭଦ୍ରା ନାମରେ କିଭଳି ଓଡ଼ିଆ ମହିଳାଙ୍କୁ ବୋକା ବନାଉଛି ଦେଖନ୍ତୁ । ଏହି ଯୋଜନାରେ ଦିଲ୍ଲୀରେ ମହିଳାଙ୍କୁ ୨୫୦୦ ଟଙ୍କା ମିଳୁଥିବାବେଳେ ମଧ୍ୟପ୍ରଦେଶରେ ୧୨୫୦, ମହାରାଷ୍ଟ୍ରରେ ୧୩୦୦, ଝାଡ଼ଖଣ୍ଡରେ ୩୩୦୦, ପଶ୍ଚିମବଙ୍ଗରେ ୧୨୦୦, ଆନ୍ଧ୍ରରେ ୧୨୫୦, ତାମିଲନାଡୁରେ ୧୦୦୦, ଆସାମରେ ୧୨୫୦ ଓ ଛତିଶଗଡରେ ୧୦୦୦ ଟଙ୍କା ମିଳୁଛି କିନ୍ତୁ ଓଡ଼ିଶାର ମହିଳା ମାନଙ୍କୁ ମାତ୍ର ୮୩୩ ଟଙ୍କା ମିଳୁଛି । ଓଡ଼ିଶାର ମହିଳା କଣ ଅପାରଗ ନା କୌଣସି ଯୋଗ୍ୟତା ନାହିଁ ଯେ ସରକାର ୧୦୦୦ ଟଙ୍କା ମଧ୍ୟ ଦେଇ ପାରିଲା ନାହିଁ। କଂଗ୍ରେସ ନିଜ ପାଇଁ ନୁହଁ ନୂଆପଡାର ଛାତ୍ରୀ ସମାଜ, ଆଦିବାସୀ ମହିଳା ଏବଂ ସମ୍ପୂର୍ଣ ମହିଳା ସମାଜ ତରଫରୁ ପ୍ରଶ୍ନ ପଚାରୁଛି । ସୁଭଦ୍ରା ନାମରେ ଠକାମୀ କାହିଁକି ? କାହିଁକି ଆମ ୨୦ ହଜାର ଛାତ୍ରୀଙ୍କୁ ତାଙ୍କ ସୁଭଦ୍ରା ଅଧିକାରରୁ ବଞ୍ଚିତ କରାଗଲା ବୋଲି ପିସିସି ମୁଖପାତ୍ର ଶ୍ରୀମତୀ ସାହୁ ପ୍ରକାଶ କରିଛନ୍ତି।

ଅନ୍ୟତମ ମୁଖପାତ୍ର ଡ. ମନିଷା ଦାସ ପଟ୍ଟନାୟକ କହିଥିଲେ ଶାସକ ଦଳ ନିର୍ବାଚନ ଆଚରଣ ବିଧିର ଖୋଲାଖୋଲି ଉଲଂଘନ କରୁଛନ୍ତି । ଖୋଦ୍ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ସରକାରୀ ସୁଭଦ୍ରା ଯୋଜନାକୁ ମହିଳାଙ୍କୁ ପ୍ରତାରଣା କରୁଛନ୍ତି। ଖାଲି ସେତିକି ନୁହେଁ ନିଜର ଦଳୀୟ ପ୍ରଚାର ପ୍ରସାର ପାଇଁ ଲୋକ ସମ୍ପର୍କ ବିଭାଗକୁ ମଧ୍ୟ ଲଗାଇଛନ୍ତି । ତେଣୁ ସରକାର ଏହାର ଜବାବ୍ ରଖିବା ପାଇଁ ସେ ଦାବୀ ରଖିଥିଲେ । ଆଜିର ସାମ୍ବାଦିକ ସମ୍ମୀଳନୀକୁ ସଂଯୋଜନା କରିଥିଲେ ନୂଆପଡ଼ା କଂଗ୍ରେସ କମିଟି ଗଣମାଧ୍ୟମ ସଂଯୋଜକ ସୁଧୀର ମିଶ୍ର।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking