27.1 C
Bhubaneswar
Sunday, March 22, 2026
Homeଓଡିଶାସୁଭଦ୍ରା ଶକ୍ତି ମେଳା ୨୦୨୫ : ହସ୍ତତନ୍ତ, ହସ୍ତଶିଳ୍ପ ଓ ସାଂସ୍କୃତିକ ମହୋତ୍ସବ ପାଲଟିଛି ଆକର୍ଷଣର...

ସୁଭଦ୍ରା ଶକ୍ତି ମେଳା ୨୦୨୫ : ହସ୍ତତନ୍ତ, ହସ୍ତଶିଳ୍ପ ଓ ସାଂସ୍କୃତିକ ମହୋତ୍ସବ ପାଲଟିଛି ଆକର୍ଷଣର କେନ୍ଦ୍ରବିନ୍ଦୁ

ଭୁବନେଶ୍ୱର: ସୁଭଦ୍ରା ଶକ୍ତି ମେଳା ୨୦୨୫ ତା’ର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିଲେ ମଧ୍ୟ, ଭୁବନେଶ୍ୱରର ଜନତା ମଇଦାନରେ ଉତ୍ସାହ ଏବଂ ଉର୍ଜ୍ଜା ବୃଦ୍ଧି ପାଇ ଚାଲିଛି। ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଦର୍ଶକଙ୍କ ସହିତ ସ୍ଥାନୀୟ ବାସିନ୍ଦା ମଧ୍ୟ ମା’ ମାନଙ୍କ ହାତ ତିଆରି ହସ୍ତତନ୍ତ, ହସ୍ତ ଶିଳ୍ପ, ଜୈବିକ ଉତ୍ପାଦ ପର୍ଯ୍ୟନ୍ତ ବ୍ୟାପକ ଉତ୍ପାଦ ବୁଲି ଦେଖିବାର ସୁଯୋଗ ପାଉଛନ୍ତି । ବିଶେଷ କରି ଫୁଡ୍ କୋର୍ଟ ଦର୍ଶକମାନଙ୍କର ପ୍ରିୟ ସ୍ଥାନ ହୋଇ ରହିଛି, ଯେଉଁଠି ମିଲେଟ୍‌-ଆଧାରିତ ଖାଦ୍ୟ ଏବଂ ଓଡ଼ିଶାର ପାରମ୍ପରିକ ବ୍ୟଞ୍ଜନର ସ୍ୱାଦ ନେବାକୁ ଇଚ୍ଛୁକ ଦର୍ଶକମାନେ ଆକର୍ଷିତ ହେଉଛନ୍ତି। ଅଷ୍ଟମ ଦିନର ଏକ ବିଶେଷ ଝଲକ ଥିଲା ହସ୍ତତନ୍ତ ପ୍ରଦର୍ଶନୀ, ଯାହା ଓଡ଼ିଶାର ସମୃଦ୍ଧ ବସ୍ତ୍ର ପରମ୍ପରାକୁ ପରିବେଷଣ କରିଥିଲା। ସମ୍ବଲପୁରୀ, ଇକ୍କତ, ପାଟ ଶାଢ଼ୀ ଏବଂ ଟସର ରେଶମର ଚମତ୍କାର ପ୍ରଦର୍ଶନ ଷ୍ଟଲଗୁଡ଼ିକୁ ମଣ୍ଡିତ କରିଥିବା ବେଳେ, ସୁକ୍ଷ୍ମ କାରିଗରୀ ଗ୍ରାହକଙ୍କୁ ମୁଗ୍ଧ କରିଥିଲା, ଯାହା ଓଡ଼ିଶାର ଚିରନ୍ତନ ଶିଳ୍ପକଳା ପରିବର୍ତ୍ତନଶୀଳ ପ୍ରବୃତ୍ତି ସହିତ ବିକଶିତ ହେବା ଜାରି ରଖିବିକୁ ପ୍ରମାଣିତ କରିଥିଲା ।

ଓଡ଼ିଶା ବିଜେପିର ଉପସଭାପତି ଗୋଲକ ମହାପାତ୍ର ଅଷ୍ଟମ ଦିବସ ସନ୍ଧ୍ୟାରେ ମେଳା ପରିଦର୍ଶନ କରିବା ସହ ଏସଏଚଜି ଉଦ୍ୟୋଗୀ ମାନଙ୍କ ସହ ବାର୍ତ୍ତାଳାପ କରିଥିଲେ ଏବଂ ଓଡ଼ିଶାର ପାରମ୍ପରିକ ହସ୍ତଶିଳ୍ପର ପ୍ରଚାର ପ୍ରସାରରେ ସେମାନଙ୍କ ପ୍ରୟାସର ପ୍ରଶଂସା କରି ସେମାନଙ୍କ ଉତ୍ସାହ ବୃଦ୍ଧି କରିଥିଲେ। ସନ୍ଧ୍ୟା ହେବା ସହିତ, ସାଂସ୍କୃତିକ ମଞ୍ଚ ରଣପା ନୃତ୍ୟର ଏକ ରୋମାଞ୍ଚକର ପରିବେଷଣ ସହିତ ଜୀବନ୍ତ ହୋଇ ଉଠିଥିଲା, ଯାହା ଦର୍ଶକମାନଙ୍କୁ ବିମୋହିତ କରିଥିଲା। ଏହା ପରେ ଦର୍ଶକ ସତ୍ୟଜିତ୍ ପ୍ରଧାନ, ଭାଗ୍ୟଶ୍ରୀ ଏବଂ ସେମାନଙ୍କ ଦଳଙ୍କ ଦ୍ୱାରା ପରିବେଷିତ ହୃଦୟସ୍ପର୍ଶୀ ସଙ୍ଗୀତର ମଜା ଉଠାଇଥିଲେ । ଏହି ଅବିସ୍ମରଣୀୟ ନଅ ଦିନିଆ ଯାତ୍ରାର ଭବ୍ୟ ସମାପ୍ତିରେ ମାତ୍ର ଗୋଟିଏ ଦିନ ବାକି ଥିବାବେଳେ, ସମୁଦାୟ ବିକ୍ରି ପରିମାଣ ୩ କୋଟି ଅତିକ୍ରମ କରିଛି ଏବଂ ଆଜି ପର୍ଯ୍ୟନ୍ତ ମୋଟ ଦର୍ଶକ ସଂଖ୍ୟା ୨.୫ ଲକ୍ଷ ଅତିକ୍ରମ କରିଛି, ଯାହା ସୁଭଦ୍ରା ଶକ୍ତି ମେଳାର ପ୍ରଥମ ସଂସ୍କରଣକୁ ବିଶେଷ ସଫଳତା ଦେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking