25.1 C
Bhubaneswar
Wednesday, March 25, 2026
Homeଓଡିଶା୧ କୋଟି ମହିଳାଙ୍କ ଆକାଉଣ୍ଟକୁ ଏକାସଙ୍ଗେ ସୁଭଦ୍ରା ଦ୍ୱିତୀୟ କିସ୍ତି ଅର୍ଥ

୧ କୋଟି ମହିଳାଙ୍କ ଆକାଉଣ୍ଟକୁ ଏକାସଙ୍ଗେ ସୁଭଦ୍ରା ଦ୍ୱିତୀୟ କିସ୍ତି ଅର୍ଥ

ଭୁବନେଶ୍ୱର: ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ଅର୍ଥ ଅନ୍ତର୍ଜାତୀୟ ମହିଳା ଦିବସ ତଥା ଆସନ୍ତା ୮ ତାରିଖରେ ରାଜ୍ୟ ସରକାର ପ୍ରଦାନ କରିବେ। ରାଜ୍ୟର ପ୍ରାୟ ୧ କୋଟି ମହିଳାଙ୍କ ଆକାଉଣ୍ଟକୁ ଏକାସଙ୍ଗେ ସୁଭଦ୍ରା ଦ୍ୱିତୀୟ କିସ୍ତି ଅର୍ଥ ପ୍ରଦାନ କରାଯିବ। ବ୍ରହ୍ମପୁରଠାରେ ଏନେଇ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହେବାକୁ ଥିବାବେଳେ ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବେ। ଏନେଇ ଗଣମାଧ୍ୟମକୁ ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ମାର୍ଚ୍ଚ ୮ରେ ସୁଭଦ୍ରା ଯୋଜନାରେ କୋଟିଏ ମହିଳାଙ୍କୁ ଲାଭ ମିଳିବ।

ସରକାର କହିଥିଲେ ସୁଭଦ୍ରାରେ କୋଟିଏ ହିତାଧିକାରୀଙ୍କୁ ଏହି ଲାଭ ମିଳିବ। ତୁରନ୍ତ ବିଭାଗୀୟ ସଚିବଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାଲୁଥିବା ସୁଭଦ୍ରା ଟିମ୍ କୋଟିଏ ମହିଳାଙ୍କ ପାଖରେ ଏହି ଟଙ୍କା ପହଞ୍ଚାଇବାରେ ସକ୍ଷମ ହେବ। ମହିଳାଙ୍କୁ ସ୍ବାବଲମ୍ବୀ କରିବା ଲାଗି ଏକାସଙ୍ଗେ କୋଟିଏ ମହିଳାଙ୍କୁ ଏହି ରାଶି ଦିଆଯିବ।ସୂଚନାଯୋଗ୍ୟ, ପ୍ରଥମ କିସ୍ତି ସୁଭଦ୍ରା ଟଙ୍କା ୪ଟି ପର୍ଯ୍ୟାୟରେ ମହିଳାଙ୍କ ଆକାଉଣ୍ଟକୁ ଯାଇଥିଲା। ତେବେ ପରବର୍ତ୍ତୀ ସମୟରେ ପ୍ରଥମ କିସ୍ତି ଟଙ୍କା ପାଇବାରୁ ପ୍ରାୟ ୨ ଲକ୍ଷ ମହିଳା ବାଦ୍ ପଡ଼ିଥିଲେ। ତେଣୁ ବାଦ୍ ପଡ଼ିଥିବା ୨ ଲକ୍ଷ ମହିଳାଙ୍କ ଖାତାକୁ ଏକାସଙ୍ଗେ ୨ଟି ଯାକ କିସ୍ତିର ୧୦ ହଜାର ଟଙ୍କା ଆକାଉଣ୍ଟକୁ ଦିଆଯିବ। ପ୍ରଥମ କିସ୍ତିର ୪ଟି ପର୍ୟ୍ୟାୟରେ ୯୮ ଲକ୍ଷ ମହିଳାଙ୍କୁ ଦ୍ୱିତୀୟ କିସ୍ତି ବାବଦକୁ ୫ ହଜାର ଟଙ୍କା ମିଳିବ। ଯେଉଁମାନଙ୍କ ଆକାଉଣ୍ଟରେ ଏନ୍ସିପିଆଇ ଏବଂ କଓ୍ବୋଇସି ସମସ୍ୟା ଥିଲା ମାର୍ଚ୍ଚ ୮ଟିରେ ସେମାନଙ୍କୁ ଦୁଇଟି ଯାକ କିସ୍ତିର ଅର୍ଥ ଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking