30.1 C
Bhubaneswar
Tuesday, November 5, 2024
Homeଓଡିଶାନଭେମ୍ବର ଶେଷ ସୁଦ୍ଧା ମିଳିବ ସୁଭଦ୍ରା ଟଙ୍କା: ପ୍ରଭାତୀ ପରିଡା

ନଭେମ୍ବର ଶେଷ ସୁଦ୍ଧା ମିଳିବ ସୁଭଦ୍ରା ଟଙ୍କା: ପ୍ରଭାତୀ ପରିଡା

ଭୁବନେଶ୍ୱର: ନଭେମ୍ବର ଶେଷ ସୁଦ୍ଧା ମିଳିବ ସୁଭଦ୍ରା ତୃତୀୟ ପ୍ରର୍ଯ୍ୟାୟ ଟଙ୍କା । ଏ ନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଗୁରୁତ୍ୱପୂର୍ଣ ସୂଚନା ଦେଇଛନ୍ତି । ପ୍ରଥମ କିସ୍ତିରେ ତୃତୀୟ ପର୍ଯ୍ୟାୟ ଟଙ୍କା ମିଳିବ । ବାକିଥିବା ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଟଙ୍କା । ମୋଟ ୧ କୋଟିରୁ ଅଧିକ ଆବେଦନ କରିଛନ୍ତି । ନଭେମ୍ବର ଶେଷ ସପ୍ତାହରେ ୨୦ ଲକ୍ଷରୁ ଉର୍ଦ୍ଧ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା । ଡ଼ିସେମ୍ବରରେ ମିଳିବ ଚତୁର୍ଥ ପ୍ରର୍ଯ୍ୟାୟ ସୁଭଦ୍ରା ଟଙ୍କା । ଡ଼ିସେମ୍ବର ଶେଷ ସୁଦ୍ଧା ୧ କୋଟିରୁ ଉର୍ଦ୍ଧ ମହିଳାଙ୍କୁ ମିଳିବ ଟଙ୍କା । ଖାରଜ ନିବେଦନ ର ରିଚେକ ପାଇଁ ବିଡ଼ିଓ ଙ୍କୁ ନୋଡାଲ ଏଜେନ୍ସି ଦାଇତ୍ୱ । ଜିଲ୍ଲା ସ୍ତରରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ନେଇ ୩ ଜଣିଆ କମିଟି ହେଇଛି । ଖାରଜ ହିତାଧିକାରୀଙ୍କୁ ଅଙ୍ଗନବାଡ଼ି ଦିଦି ଙ୍କ ଜରିଆରେ ନୋଟିସ ଦିଆଯିବ। ଜମି ଆଧାରରେ ଖାରଜ ହୋଇଥିଲେ ତହସିଲଦାର ଆରଆଇ ପୁନଃ ଯାଞ୍ଚ କରିବେ । ସରକାର ସୁଭଦ୍ରା ଯୋଜନା ସମସ୍ତ ମହିଳା ମାନଙ୍କ
ପାଇଁ କରିଥିବା ବେଳେ ଆଗରୁ ପ୍ରଥମ ଏବଂ ଦ୍ୱିତୀୟ କିସ୍ତି ମହିଳା ମାନଙ୍କ ଏକାଉଣ୍ଟକୁ ଯାଇଥିବା ବେଳେ , ଯେଉଁମାନଙ୍କର ଏକାଉଣ୍ଟ ରେ କିଛି ଅସୁବିଧା ଥିଲା , ସେହି ମହିଳା ମାନଙ୍କୁ ଠିକ କରିବାର ସୁଯୋଗ ର ସମୟ ମଧ୍ୟ ସରକାର ଦେଇଥିଲେ , ସେହି ଭିତରେ ଆଜି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ନଭେମ୍ବର ଶେଷ ସୁଦ୍ଧା ମିଳିବ ସୁଭଦ୍ରା ଯୋଜନାର ତୃତୀୟ ପର୍ଯ୍ୟାୟ ଟଙ୍କା ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking