30.1 C
Bhubaneswar
Tuesday, February 10, 2026
Homeଓଡିଶାସୁଭଦ୍ରା :  ତ୍ରୁଟି ସୁଧାରିଲେ ଆସିବ ଟଙ୍କା

ସୁଭଦ୍ରା :  ତ୍ରୁଟି ସୁଧାରିଲେ ଆସିବ ଟଙ୍କା

ଭୁବନେଶ୍ୱର  : ସୁଭଦ୍ରା ଟଙ୍କା ପାଇନଥିବା ମହିଳାଙ୍କୁ ପରାମର୍ଶ ଦିଆଯାଇଛି । ତ୍ରୁଟି ସୁଧାରିବା ପାଇଁ  ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ପରାମର୍ଶ ରହିଛି । ଗୋଟିଏ ନମ୍ବର ସହ ଗୋଟିଏ ଆକାଉଣ୍ଟ ଲିଙ୍କ କରନ୍ତୁ । ସେହି ଫୋନ ନମ୍ବର ଆଧାର ସହ ଲିଙ୍କ ଥିବା ଦରକାର । ୫ ଲକ୍ଷ ମହିଳାଙ୍କ ଖାତାରେ ଆଧାର  ଲିଙ୍କ ହୋଇନି । ଆବେଦନ ଖାରଜ ତାଲିକାରେ ୨ ଲକ୍ଷ ୬୭ ହଜାର ହିତାଧିକାରୀଙ୍କ ନାଁ ରହିଛି । ସମସ୍ତ ତାଲିକା ବ୍ଲକକୁ  ପଠାଯାଇଛି   ଆସନ୍ତା ୨୪ତାରିଖରେ ‘ସୁଭଦ୍ରା’ ପ୍ରଥମ କିସ୍ତିର ତୃତୀୟ ପର‌୍ୟ୍ୟାୟ ହିତାଧିକାରୀଙ୍କୁ ଅର୍ଥ ମିଳିବ। ଆସନ୍ତା ୨୪ ରେ ଟଙ୍କା ନ ମିଳିଲେ ପରବର୍ତ୍ତୀ ର‌୍ୟ୍‌ାୟରେ ମିଳିବ । ଏହି ପର‌୍ୟ୍ୟାୟରେ ପ୍ରାୟ ୨୦ଲକ୍ଷ ହିତାଧିକାରୀଙ୍କୁ ଅର୍ଥ ପ୍ରେରଣ ପାଇଁ ବ୍ୟବସ୍ଥା କରାଯାଉଥିବା ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଥିଲେ। ହିତାଧିକାରୀଙ୍କୁ ସହାୟତା ପାଇଁ ସମସ୍ତ ଜିଲ୍ଲାରେ ସୁଭଦ୍ରା ହେଲ୍ପ ଡେସ୍କମାନ କାର‌୍ୟ୍ୟ କରୁଛି। କ୍ଷେତ୍ରସ୍ତରରେ ଯାଞ୍ଚ ଟିମ୍‌ମାନେ ଆବେଦନଗୁଡ଼ିକୁ ଯାଞ୍ଚ କରିବେ। ଯାଞ୍ଚ ପ୍ରକ୍ରିୟା ଯେପରି ସ୍ୱଚ୍ଛ ଓ ନିରପେକ୍ଷ ରହିବ ସେଥିପ୍ରତି ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି। ଯେପରି କୌଣସି ଜଣେ ବି ଯୋଗ୍ୟ ହିତାଧିକାରୀ ଏହି ଯୋଜନାରେ ଅର୍ଥ ପାଇବାରୁ ବôଞ୍ଚତ ନ ହୁଅନ୍ତି, ସେଥିପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି। ଅଦ୍ୟାବଧି ୧କୋଟି ୩ ଲକ୍ଷ ୬୨ ହଜାର ୩୭୭ ସୁଭଦ୍ରା ଆବେଦନ ଗ୍ରହଣ କରାଯାଇଥିବାବେଳେ ପ୍ରଥମ ଓ ୨ୟ ପର‌୍ୟ୍ୟାୟରେ ପ୍ରାୟ ୬୦ଲକ୍ଷ ହିତାଧିକାରୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ପ୍ରଥମ କିସ୍ତି ସହାୟତା ରାଶି ପ୍ରଦାନ କରାଯାଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking