19.1 C
Bhubaneswar
Thursday, February 12, 2026
Homeଓଡିଶାସୁଭଦ୍ରା : ବଞ୍ଚିତ ହିତାଧିକାରୀଙ୍କୁ ଡୋର ଟୁ ଡୋର ଖୋଜିବେ ସରକାର

ସୁଭଦ୍ରା : ବଞ୍ଚିତ ହିତାଧିକାରୀଙ୍କୁ ଡୋର ଟୁ ଡୋର ଖୋଜିବେ ସରକାର

ଭୁବନେଶ୍ୱର: ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଅପଡ଼େଟ୍ । ବଞ୍ଚିତ ହିତାଧିକାରୀଙ୍କୁ ଖୋଜିବେ ସରକାର । ମାର୍ଚ୍ଚ ୩୧ରେ ଆବେଦନ ପ୍ରକ୍ରିୟାକୁ ବନ୍ଦ କରି ସର୍ଭେ କରିବେ ସରକାର । ଘରକୁ ଘର ଯାଇ ୱାନ ଟୁ ୱାନ ସର୍ଭେ କରିବେ ଅଧିକାରୀ । ଫିଲ୍ଡି ଭେରିଫିକେସନ ପରେ ଯାହା ରହିଯିବ ରକ୍ଷା ବନ୍ଧନରେ ଏକାସଙ୍ଗେ ୩ଟି କିସ୍ତି ମିଳିବ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ମାର୍ଚ୍ଚ ୩୧ରେ ସୁଭଦ୍ରା ଆବେଦନ ପ୍ରକ୍ରିୟାକୁ ବନ୍ଦ କରି ସର୍ଭେ କରିବେ ସରକାର । ଡୋର ଟୁ ଡୋର ଯାଇ ୱାନ ଟୁ ୱାନ ସର୍ଭେ କରିବେ ଅଧିକାରୀ । ଫିଲ୍ଡି ଭେରିଫିକେସନ ପରେ ଯାହା ରହିଯିବ ରକ୍ଷା ବନ୍ଧନରେ ଏକସଙ୍ଗେ ୩ଟି କିସ୍ତି ମିଳିବ । ମାର୍ଚ୍ଚ ୩୧ ଆବେଦନର ଶେଷ ତାରିଖ । ୱାନ ଟୁ ୱାନ, ଡୋର ଟୁ ଡୋର ଯାଇ ସର୍ଭେ କରିବେ ଅଧିକାରୀ ।

ସର୍ଭେ ସରିବା ଯାଏଁ ଆବେଦନ ପ୍ରକ୍ରିୟାକୁ ବନ୍ଦ କରାଯିବ । ଯେଉଁମାନେ ଯୋଗ୍ୟ ହିତାଧିକାରୀ ସେମାନେ ଏକାଥରେ ସୁଭଦ୍ରାର ତିନୋଟି କିସ୍ତି ପାଇବେ। ସେ ଆହୁରି ମଧ୍ୟ କହିଛନ୍ତି, ଏବେ ସୁଦ୍ଧା ସୁଭଦ୍ରାରେ ୧ କୋଟି ୮ ଲକ୍ଷ ମହିଳା ଆବେଦନ କରିଛନ୍ତି । ସେଥିରୁ ୫ ଟି ପର୍ଯ୍ୟାୟରେ ପ୍ରାୟ କୋଟିଏ ୨୦ ହଜାର ମହିଳାଙ୍କୁ ପ୍ରଥମ କିସ୍ତି ଦିଆଯିବ । ଆସନ୍ତାକାଲି କୋଟିଏ ପାର କରିବ ସୁଭଦ୍ରା ହିତାଧିକାରୀ ସଂଖ୍ୟା । ଆସନ୍ତାକାଲି ସୁଭଦ୍ରା ଯୋଜନାର ପ୍ରଥମ ପର୍ଯ୍ୟାୟର ପଞ୍ଚମ କିସ୍ତି ଟଙ୍କା ହିତାଧିକାରୀ ମାନେ ପାଇବେ । ଏହା ପରେ ବି ଯେଉଁମାନେ ପାଇବେ ନାହିଁ ଏକାଥରେ ପାଇପାରିବେ ।” ଦୁଇଦିନ ତଳେ ଉପମୁଖ୍ୟମନ୍ତ୍ରୀ କହିଥିଲେ, ୮ ମାସରେ ଗୋଟେ ଯୋଜନା ହୋଇ କୋଟିଏ ମହିଳାଙ୍କୁ ସୁଭଦ୍ରା ମିଳିବା ଗୋଟିଏ ଇତିହାସ । ଏଇତିହାସ କ୍ଷଣିରେ ଗାଁର ମହିଳାମାନେ ସାକ୍ଷୀ । କୋଟିଏ ମହିଳା ଏବେ ଗୋଟିଏ କଥା କହିବେ । ମହିଳା ଦିବସ ପୂର୍ବରୁ କୋଟିଏ ଛୁଇଁଛି । ମାର୍ଚ୍ଚ ୩୧ ହେଉଛି ଏଥର ପାଇଁ ସୁଭଦ୍ରା ଆବେଦନର ଶେଷ ତାରିଖ । ଯେଉଁମାନେ ମାର୍ଚ୍ଚ ୩୧ ଭିତରେ ଆବେଦନ କରିଥିବେ ରାକ୍ଷୀ ପୂର୍ଣ୍ଣିମାରେ ଏକ କାଳୀନ ୩ଟି କିସ୍ତିରେ ଟଙ୍କା ପାଇବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking