27.1 C
Bhubaneswar
Tuesday, March 31, 2026
Homeଓଡିଶାସୁବର୍ଣ୍ଣପୁର ଡିଆରସିଏସ୍‌ ନିଲମ୍ବିତ; ସୋନପୁର ଏଆର୍‌ସିଏସ୍‌ଙ୍କୁ ଅତିରିକ୍ତ ଦାୟିତ୍ୱ

ସୁବର୍ଣ୍ଣପୁର ଡିଆରସିଏସ୍‌ ନିଲମ୍ବିତ; ସୋନପୁର ଏଆର୍‌ସିଏସ୍‌ଙ୍କୁ ଅତିରିକ୍ତ ଦାୟିତ୍ୱ

​ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ପକ୍ଷରୁ ଏକ ବଡ଼ ଧରଣର ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟରେ ଅବହେଳା ଏବଂ ଅନିୟମିତତା ଅଭିଯୋଗରେ ଓଡ଼ିଶା ସିଭିଲ ସର୍ଭିସେସ୍ ନିୟମ, ୧୯୬୨ ଅନୁଯାୟୀ ସୁବର୍ଣ୍ଣପୁରର ଜିଲ୍ଲା ସମବାୟ ଉପନିବନ୍ଧକ (DRCS) ଶ୍ରୀ ସଞ୍ଜୟ କୁମାର ତ୍ରିପାଠୀଙ୍କୁ ସରକାରୀ ବିଜ୍ଞପ୍ତି ନଂ . ୪୨୯୯/ତା ୩୧/୦୩/୨୦୨୬ ରିଖ ତୁରନ୍ତ କାର୍ଯ୍ୟରୁ ନିଲମ୍ବିତ (Suspend) କରାଯାଇଛି। ତତସହିତ ଶ୍ରୀ ତ୍ରିପାଠୀଙ୍କ ବିରୋଧରେ କାର୍ଯ୍ୟରେ ଅବହେଳା ଏବଂ ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ପାଇଁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଓଡ଼ିଶା ସିଭିଲ ସର୍ଭିସେସ୍ ନିୟମ, ୧୯୬୨ ଅନୁଯାୟୀ ତାଙ୍କୁ ନିଲମ୍ବନ କରାଯିବା ସହ ତାଙ୍କର ମୁଖ୍ୟାଳୟ ସମ୍ବଲପୁର DRCS ଅଫିସ୍‌କୁ ନିର୍ଦ୍ଧାରିତ କରାଯାଇଛି। ନିଲମ୍ବନ ସମୟରେ ସେ ବିନା ଅନୁମତିରେ ମୁଖ୍ୟାଳୟ ଛାଡ଼ି ପାରିବେ ନାହିଁl ​ଅନ୍ୟପକ୍ଷରେ, ସୁବର୍ଣ୍ଣପୁର ଡିଭିଜନର ପ୍ରଶାସନିକ କାର୍ଯ୍ୟରେ ଯେପରି କୌଣସି ବାଧା ସୃଷ୍ଟି ନହୁଏ, ସେଥିପାଇଁ ସରକାରଙ୍କ ପକ୍ଷରୁ ତୁରନ୍ତ ବିକଳ୍ପ ବ୍ୟବସ୍ଥା କରାଯାଇଛି। ଏକ ସ୍ୱତନ୍ତ୍ର କାର୍ଯ୍ୟାଳୟ ଆଦେଶ ନଂ .୪୩୦୬ ତା ୩୧/୦୩/୨୦୨୬ ରିଖ ମାଧ୍ୟମରେ ସୋନପୁର ସର୍କଲର ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର (ARCS) ଶ୍ରୀ ଭବାନୀ ଶଙ୍କର ଦାସଙ୍କୁ ସୁବର୍ଣ୍ଣପୁର DRCS ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ଶ୍ରୀ ଦାସ ନିଜ ଦାୟିତ୍ୱ ସହ ଏହି ନୂତନ ଦାୟିତ୍ୱ ମଧ୍ୟ ତୁଲାଇବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking