ଭୁବନେଶ୍ୱର: ଆଉ ୪୪ ତହସିଲରେ ଆରମ୍ଭ ହେଲା ଉପନିବନ୍ଧନ କାର୍ଯ୍ୟାଳୟ । ତୃତୀୟ ମହଲା ସମ୍ମିଳନୀ କକ୍ଷରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ପୂର୍ବରୁ ୨୧୭ଟି ତହସିଲରେ ଥିଲା ଉପନିବନ୍ଧକ କାର୍ଯ୍ୟାଳୟ । ଆଜି ୧୩ ଜିଲ୍ଲାର ୪୪ଟି ତହସିଲରେ ଆରମ୍ଭ ହୋଇଛି । ବାକି ୫୬ଟି ତହସିଲରେ ଡିସେମ୍ବରରେ ଶୁଭାରମ୍ଭ କରିବାକୁ ଯୋଜନା କରାଯାଇଛି । ଅନଲାଇନରେ ସ୍ଲଟ୍ ବୁସ୍ କରି ତହସିଲରେ ଜମି କିଣାବିକା କରିହେବ । ଉପନିବନ୍ଧକ କାର୍ଯ୍ୟାଳୟ ଦ୍ୱାରା ଦୁର୍ନୀତି ଓ ମଧ୍ୟସ୍ତ ମୁକ୍ତ ହେବ ।










