25.1 C
Bhubaneswar
Sunday, December 21, 2025
Homeଦେଶ ବିଦେଶସୁଟିଂସେଟ ଦୁର୍ଘଟଣାରେ ଷ୍ଟଣ୍ଟମ୍ୟାନଙ୍କ ମୃତ୍ୟୁ

ସୁଟିଂସେଟ ଦୁର୍ଘଟଣାରେ ଷ୍ଟଣ୍ଟମ୍ୟାନଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ସିନେମା ସୁଟିଂ ଚାଲିଥିବାବେଳେ ହଠାତ ଘଟିଲା ଦୁର୍ଘଟଣା ୨୦ଫୁଟ ତଳକୁ ଖସି ପଡ଼ି ଷ୍ଟଣ୍ଟମ୍ୟାନଙ୍କ ମୃତ୍ୟୁ । ସିନେମା ‘ସରଦାର-୨’ର ସେଟରେ ଦୁର୍ଘଟଣା ଘଟି ଜଣେ ଷ୍ଟଣ୍ଟମ୍ୟାନଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି।। ମୃତ ଷ୍ଟଣ୍ଟମ୍ୟାନଙ୍କ ନାମ ଏଲୁମଲାଇ ବୋଲି ଜଣାପଡ଼ିଛି।ସୂଚନା ଅନୁଯାୟୀ, ଏଲୁମଲାଇ ଜଣେ ଲୋକପ୍ରିୟ ଷ୍ଟଣ୍ଟମ୍ୟାନ ଥିଲେ। ଯିଏକି ରଜନୀକାନ୍ତ, କମଲ ହାସନ, ବିଜୟ, ଅଜିତ କୁମାରଙ୍କ ପାଇଁ ସିନେମାରେ ଷ୍ଟଣ୍ଟ କରିଥିଲେ। ମଙ୍ଗଳବାର ସେ କାର୍ଥିଙ୍କ ସିନେମା ‘ସରଦାର-୨’ ପାଇଁ ଷ୍ଟଣ୍ଟ କରୁଥିଲେ। ଏହି ସମୟରେ ସୁରକ୍ଷାରେ ତ୍ରୁଟି ହେତୁ ସେ ୨୦ଫୁଟ ତଳକୁ ଖସି ପଡ଼ିଥିଲେ। ଏହି ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇଥିଲେ ଏବଂ ତାଙ୍କ ଚିକିତ୍ସା ପାଇଁ ତାଙ୍କୁ ସୁଟିଂ ସେଟର କର୍ମଚାରୀମାନେ ହସ୍ପିଟାଲରେ ଭର୍ତ୍ତି କରିଥିଲେ କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥି‌ଲେ। ଡାକ୍ତର କହିଥିଲେ ଯେ ଏଲୁମଲାଇଙ୍କ ପଞ୍ଜରା ହାଡ଼ ଭାଙ୍ଗି ଯାଇଥିବା ବେଳେ ତାଙ୍କ କାନପାଖରେ ଗଭୀର ଆଘାତ ଲାଗିଥିଲା। ଯେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଯାଇଛି। ସିନେମା ‘ସରଦାର-୨’ର ସୁଟିଂ ଜୁଲାଇ ୧୫ ତାରିଖରେ ଆରମ୍ଭ ହୋଇଥିଲା। ଚେନ୍ନାଇର ଏଲବି ପ୍ରସାଦ ଷ୍ଟୁଡିଓରେ ଏହାର ସୁଟିଂ ଚାଲୁଥିଲା। ଜୁଲାଇ ୧୨ରେ ‘ସରଦାର୨’ର ମୁହୂର୍ତ୍ତ ପୂଜା ସହିତ ଏହାକୁ ଅଧିକାରିକ ଭାବେ ଘୋଷଣା କରାଯାଇଥିଲା। ଏହାର ପ୍ରଥମ ଭାଗ ୨୦୨୨ରେ ରିଲିଜ ହୋଇଥିଲା। ଏହା ଏକ ସ୍ପାଇ ଥ୍ରିଲର ସିନେମା ଥିଲା। ଯେଉଁଥିରେ କାର୍ଥିଙ୍କୁ ଡବଲରୋଲରେ ଦେଖିବାକୁ ମିଳିଥିଲା।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking