33.1 C
Bhubaneswar
Friday, March 27, 2026
Homeଓଡିଶାଖରାଛୁଟି ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ମିଳିବ

ଖରାଛୁଟି ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ମିଳିବ

ଭୁବନେଶ୍ୱର: ଖରା ଛୁଟି ଆରମ୍ଭ ହେବା ପୂର୍ବରୁ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ଦେବା ପାଇଁ ସମସ୍ତ ଜିଲ୍ଲାର ଜିଲ୍ଲାପଳଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଖରାଛୁଟି ପୂର୍ବରୁ ୟୁନିଫର୍ମ କ୍ରୟ, ସିଲେଇ ଓ ବଣ୍ଟନ ଶେଷ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଷ ଦିଆଯାଇଛି । ଏନେଇ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ମୁଖ୍ୟ ଶାସନ ସଚିବ ତିରୁମାଲା ନାୟକ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି । ପୂର୍ବ ଶିକ୍ଷାବର୍ଷରେ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ, ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ ୟୁନିଫର୍ମ କ୍ରୟ, ସିଲେଇ ଓ ବଣ୍ଟନରେ ଅତ୍ୟଧିକ ବିଳମ୍ବ ହେଉଥିବା ବିଭାଗର ଦୃଷ୍ଟିକୁ ଆସିଛି । ୨୦୨୬- ୨୭ ଶିକ୍ଷା ବର୍ଷରେ ସମୟସୀମା ଭିତରେ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ବିତରଣ କରିବା ପାଇଁ ଆଗୁଆ ଓ ସକ୍ରିୟ ପଦକ୍ଷେପ ନେବାକୁ କୁହାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking