25.1 C
Bhubaneswar
Saturday, December 6, 2025
Homeଓଡିଶାକୌଶଳ ରଥକୁ ଭବ୍ୟ ସ୍ୱାଗତ କଲେ କରଞ୍ଜିଆ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ

କୌଶଳ ରଥକୁ ଭବ୍ୟ ସ୍ୱାଗତ କଲେ କରଞ୍ଜିଆ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ

ମୟୁରଭଞ୍ଜ : ଓଡିଶା ସରକାରଙ୍କ ଦକ୍ଷତାବିକାଶ ଓ ବୈଷୟିକ ଶିକ୍ଷାବିଭାଗ ଦ୍ବାରା ଦକ୍ଷ ଓଡିଶା ଓ ବିକଶିତ ଓଡିଶା ଗଠନ ଲକ୍ଷ୍ୟରେ ପ୍ରଚାର ଓ ପ୍ରସାର ପାଇଁ କୌଶଳରଥ ୧୯ ତାରିଖ ମୟୂରଭଞ୍ଜ ଜିଲ୍ଲାରେ ପ୍ରବେଶ କରିଛି। ଗତକାଲି ସନ୍ଧ୍ୟାରେ ମୟୂରଭଞ୍ଜ ସୀମା ଗୋଡ଼ଭଙ୍ଗାରେ ଏହି ରଥକୁ ସ୍ବାଗତ ‘ରାଯାଇଥିଲା। ଆଜି ଠାକୁରମୁଣ୍ଡା ବ୍ଲକର ବିଭିନ୍ନ ବିଦ୍ୟାଳୟରେ କୌଶଳ ପ୍ରଦର୍ଶନ କରିବା ପରେ ଦିବା ୧୨ଘଟିକା ୩୦ମିନିଟ ସମୟରେ କରଞ୍ଜିଆ ବ୍ଲକ କେନ୍ଦୁମୁଣ୍ଡି SSD ଉଚ୍ଚ ବିଦ୍ୟାଳୟ ଠାରେ ପହଁଞ୍ଚି ଥିଲେ | ପରେ ସେଠାରୁ ମଣ୍ଡୁଆ ITI ଠାରେ କୌଶଳ ପ୍ରଦର୍ଶନ କରି ୩ଘଟିକା ୩୫ମିନିଟ ସମୟରେ କରଞ୍ଜିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ପହଁଞ୍ଚିବା ପରେ ଉପଖଣ୍ଡ ଉପଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦ,ପଞ୍ଚାୟତ ସମିତି କାଯ୍ୟଳୟ ଅଧିକାରୀ ସୁଶାନ୍ତ କୁମାର ସୁତାର, ସମନ୍ୱିତ ଆଦିବାସୀ ଉନ୍ନୟନ ପ୍ରଶାସକ ପ୍ରବୀଣ କୁମାର ବଣୁଆ,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଆରତୀ ଦାସ,ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ଚତୁର୍ଭୁଜ ବାରିକଙ୍କ ସମେତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ ଉପସ୍ଥିତ ରହି କୌଶଳ ରଥକୁ ଭଵ୍ୟ ସ୍ୱାଗତ କରିବା ସହିତ ପାଛଟି ନେଇଥିଲେ |, ପରେ ରଥରେ ଥିବା ଡ୍ରାଇଭି° ଟେଷ୍ଟ ଷ୍ଟିମୁଲେଟର,ଅଟୋ ଟ୍ରାଫିକ ସିଗନାଲ ସିଷ୍ଟମ, ଡ୍ରୋନ ଟେକ୍ନୋଲୋଜି ଓ ପାଇଲେଟି°,ଥ୍ରିଡି ପ୍ରିଣ୍ଟିଙ୍ଗ, ଏଆର୍ ଭଇଆର୍,ଅଟୋ ଡୋମେଷ୍ଟିକ ୱରିଙ୍ଗ, ମନିଟରିଙ୍ଗ ଓ କଟିଙ୍ଗ ମଡେଲ ଅଫ୍ ମୋଟରସାଇକେଲ ଓ ମରାମତି ଯନ୍ତ୍ରପାତି ଆଦି କୌଶଳ ବିଦ୍ୟାର୍ଥୀମାନଙ୍କୁ ପ୍ରଦର୍ଶନ କରାଯାଇ ଶିକ୍ଷା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଥିଲା | ଏହାଦ୍ବାରା ପିଲାମାନେ ବୈଷୟିକ ଜ୍ଞାନ କୌଶଳର ବିନିଯୋଗ କରି ଭବିଷ୍ୟତରେ କିପରି ଉନ୍ନତି କରିବେ ଏହି କାର୍ଯ୍ୟକ୍ରମର ମୁଖ୍ୟ ଆଭିମୁଖ୍ୟ। କରଞ୍ଜିଆ ବ୍ଲକ ବଳା ପଞ୍ଚାୟତ କୁରୁଳିଆ ବିଶ୍ୱବନ୍ଧୁ ସେଵକ ସଂଘ ଠାରେ ପରିଶେଷରେ ଏହି ରଥ ଦ୍ଵାରା ବିଭିନ୍ନ କୌଶଳ ପ୍ରଦର୍ଶିତ ହେବା ପରେ ଏହା ଯଶିପୁର ବ୍ଲକ ଅଙ୍ଗାରପଦା ଅଭିମୁଖେ ଯାତ୍ରା କରିଥିଲା। ମୟୂରଭଞ୍ଜ ଜିଲ୍ଲାରେ ଏହି ରଥ ୨୩ ତାରିଖ ପର୍ଯ୍ୟନ୍ତ କୌଶଳ ପ୍ରଦର୍ଶନ କରିବ ବୋଲି ଜିଲ୍ଲା ଦକ୍ଷତା ବିକାଶ ଓ କର୍ମ ନିୟୋଜନ ଅଧିକାରୀ ଆଶିଷ କୁମାର ବସନ୍ତିଆ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking