24.1 C
Bhubaneswar
Tuesday, February 10, 2026
Homeଓଡିଶାମାନବାଧିକାର ପ୍ରଚାର ପାଇଁ ଛାତ୍ର ଛାତ୍ରୀଙ୍କ ମାନବ ଶୃଙ୍ଖଳ

ମାନବାଧିକାର ପ୍ରଚାର ପାଇଁ ଛାତ୍ର ଛାତ୍ରୀଙ୍କ ମାନବ ଶୃଙ୍ଖଳ

ଭୁବନେଶ୍ୱର: ମନବାଧିକାର ସୁରକ୍ଷା, ପ୍ରଚାର ଓ ପ୍ରସାର ନିମନ୍ତେ ବିଶ୍ୱବାସୀ 77 ତମ ଆନ୍ତର୍ଯ୍ୟାତିକ ମାନବାଧିକାର ଦିବସ ପାଳନ କରିଛନ୍ତି l ରାଜଧାନୀ ଭୁବନେଶ୍ୱର ରେ ସି ଏସ ଏଫ ଏଚ ଆର ସହଯୋଗରେ ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସ ଏବଂ ଆଇ.ଏଚ.ଆର. ଇ.ତରଫରୁ ମିଳିତ ଭାବରେ ବିଦ୍ୟାଳୟ ଛାତ୍ର ଛାତ୍ରୀ, ବୁଦ୍ଧିଜୀବୀ ଏବଂ ମନବାଧିକାର କର୍ମୀ ଙ୍କ ଏକ ବିଶାଳ ମାନବ ଶୃଙ୍ଖଳ ପ୍ରଦର୍ଶନୀ ପଡିଆ ସମ୍ମୁଖ ରାସ୍ତାରେ ଆୟୋଜନ କରାଯାଇଥିଲା l ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବିଶିଷ୍ଠ ଭାସା ତ୍ଵବିତ୍ତ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକ, ଡକ୍ଟର ମଧୁସୂଦନ ମିଶ୍ର ସମ୍ବିଧାନ ର ସୁରକ୍ଷା ନିମନ୍ତେ ଛାତ୍ର ଛାତ୍ରୀମାନଙ୍କୁ ମୁଖବନ୍ଧ ଶପଥ ପାଠ କରାଇଥିଲେ l ରାଜ୍ୟର ବିଶିଷ୍ଠ ମାନବାଧିକାର କର୍ମୀ ଶ୍ରୀ ବାଘାମ୍ବର ପଟ୍ଟନାୟକ, ପ୍ରଦୀପ୍ତ ନାୟକ, ଦେବେନ୍ଦ୍ର ସୁତାର, ଚନ୍ଦ୍ରନାଥ ଦାନୀ, ଗାୟତ୍ରୀ ମିଶ୍ର, ରଣଜିତ ସୁତାର, ଭାରତ ସ୍କାଉଟ ଏବଂ ଗାଇଡ଼ ର ଯୁଗ୍ମ ସମ୍ପାଦକ ମିହିର ପଟ୍ଟନାୟକ ପ୍ରଭୃତି ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ଜାତିସଙ୍ଘ ଚଳିତ ବର୍ଷ ଆହ୍ୱାନ ଦେଇଛନ୍ତି “ମଣିଷର ସୁଖଦ ଜୀବନ ଜାପନ ନିମନ୍ତେ ପ୍ରତିଦିନ ଆବଶ୍ୟକ କରୁଥିବା ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ ଯଥା ଉତ୍ତମ ଖାଦ୍ୟ, ବସ୍ତ୍ର, ବାସଗୃହ, ଶିକ୍ଷା, ସ୍ୱାସ୍ଥ୍ୟ, ନ୍ୟାୟ ଏବଂ ସୁରକ୍ଷା ହେଉଛି ମାନବିକ ଅଧିକାର ” ବୋଲି କହିଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking