ଭୁବନେଶ୍ୱର : ଆଜି ରାଜ୍ୟଛାତ୍ରକଂଗ୍ରେସସଭାପତିଶ୍ରୀ ଉଦିତ ପ୍ରଧାନଙ୍କନେତୃତ୍ୱରେ ପଛୁଆବର୍ଗ (ଓବିସି) ଛାତ୍ରଛାତ୍ରୀମାନଙ୍କ ପାଇଁ ୨୭ ପ୍ରତିଶତସଂରକ୍ଷଣ ଦାବିରେବିଶାଳମଶାଲଶୋଭାଯାତ୍ରାମାଷ୍ଟରକ୍ୟାଣ୍ଟିନ ଠାରୁମୁଖ୍ୟମନ୍ତ୍ରୀଙ୍କସରକାରୀ ଆବାସ ପର୍ଯ୍ୟନ୍ତ ଆୟୋଜିତ କରାଯାଇଥିଲା।ଏହି ଆନ୍ଦୋଳନରେ ଓଡ଼ିଶାରକୋଣ ଅନୁକୋଣରୁ ବହୁ ପରିମାଣରେଛାତ୍ରଛାତ୍ରୀମାନେ ଯୋଗ ଦେଇ ରାଜ୍ୟରେଛାତ୍ରଛାତ୍ରୀମାନେ ସମ୍ମୁଖୀନ ହେଉଥିବାବିଭିନ୍ନସମସ୍ୟାଉପରେ ଆଲୋଚନା କରିଥିଲେ।ରାଜ୍ୟଛାତ୍ରକଂଗ୍ରେସସଭାପତିଶ୍ରୀ ଉଦିତ ପ୍ରଧାନ କହିଥିଲେ ଯେ, ଓବିସି ଓ ଏସ୍.ସି.ବି.ସି. ବର୍ଗରଛାତ୍ରଛାତ୍ରୀମାନଙ୍କୁବ୍ୟବସ୍ଥିତସଂରକ୍ଷଣଏବଂସାମାଜିକ ନ୍ୟାୟ ନୀତିଗୁଡ଼ିକରତୁରନ୍ତ କାର୍ଯ୍ୟକାରୀକରିବା ପାଇଁ ଆମେ ଦାବିକରୁଛୁ।ମୁଖ୍ୟତଃଓବିସି ଓ ଏସ୍.ସି.ବି.ସିସଂପ୍ରଦାୟଙ୍କୁତାଙ୍କର ନ୍ୟାର୍ଯ୍ୟସୁଯୋଗରୁବଂଚିତକରାଯାଉଛି।ବୈଷୟିକଶିକ୍ଷାରେ ଆଇନ ପ୍ରଦତ୍ତ ସଂରକ୍ଷଣଉଲଙ୍ଘନ କରାଯାଉଛି। ଆର୍ଥିକ ସୁଯୋଗ ପ୍ରଦାନକାରୀ ଅନୁଷ୍ଠାନ ଗୁଡ଼ିକରେଏସ୍.ସି.ଏ.ଷ୍ଟି, ଓବିସିଏବଂମାଇନରୋଟିମାନଙ୍କୁସୁଯୋଗ ଦେବାରେ ଚରମ ଅବହେଳା ପ୍ରଦର୍ଶନ କରାଯାଉଛି।ଓଡ଼ିଶାରେଓବିସି ଓ ଏସ୍.ସି.ବି.ସି. ସମୁଦାୟଜନସଂଖ୍ୟାର ୫୪ ପ୍ରତିଶତହୋଇଥିଲେବିସେମାନଙ୍କୁଶିକ୍ଷାକ୍ଷେତ୍ରରେ ଆଦୌ ସଂରକ୍ଷଣ ଦିଆଯାଉନାହିଁ।କେବଳଚାକିରୀକ୍ଷେତ୍ରରେ ୧୧.୨୫ ପ୍ରତିଶତସଂରକ୍ଷଣବ୍ୟବସ୍ଥାରହିଛି।ମାତ୍ରଏହିସବୁଥିରେ ୨୭ ପ୍ରତିଶତସଂରକ୍ଷଣ ଦେବା ପାଇଁ ଆଇନରେ ବ୍ୟବସ୍ଥାରହିଛି। ଯାହା ଫଳରେଏହିବର୍ଗରହଜାରହଜାରଛାତ୍ରସେମାନଙ୍କୁମିଳିଥିବା ୨୭ ପ୍ରତିଶତସଂରକ୍ଷଣସୁଯୋଗ ପାଇବାରୁବଂଚିତହେଉଛନ୍ତି।
ଏହିବର୍ଗର ପ୍ରାୟ ୫୦ ହଜାର ନିଯୁକ୍ତି ଅନୁସନ୍ଧାନକାରୀ ସେମାନଙ୍କର ନ୍ୟାୟଗତ ଅଧିକାର ପାଇପାରୁନାହାନ୍ତି। ଯାହାଫଳରେଏହିବର୍ଗଙ୍କରଉଦ୍ଦ୍ୟେଗକ୍ଷେତ୍ରରେ ପ୍ରଗତିହେଉପାରୁନାହିଁ।ତେଣୁତୁରନ୍ତ ସରକାରଓବିସି ଓ ଏସ୍.ସି.ବି.ସିଛାତ୍ରଛାତ୍ରୀମାନଙ୍କ ପାଇଁଶିକ୍ଷା ଓ ନିଯୁକ୍ତିକ୍ଷେତ୍ରରେ ୨୭ ପ୍ରତିଶତସଂରକ୍ଷଣଚଳିତବର୍ଷରୁଘୋଷଣା ନ କଲେରାଜ୍ୟବ୍ୟାପିତିବ୍ରଛାତ୍ର ଆନ୍ଦୋଳନ କରାଯିବବୋଲିଛାତ୍ରକଂଗ୍ରେସସଭାପତି ଉଦିତ ପ୍ରଧାନ ଚେତାଇ ଦେଇଛନନ୍ତି। ଓଡ଼ିଶାରବିଭିନ୍ନଛାତ୍ରନେତାମାନେ ଯୋଗ ଦେଇ କହିଥିଲେ ଯେ ପଛୁଆବର୍ଗ, ଆଦିବାସୀ ଓ ଦଳିତଛାତ୍ରଛାତ୍ରୀମାନଙ୍କରସ୍ୱାର୍ଥପ୍ରତିରାଜ୍ୟଛାତ୍ରକଂଗ୍ରେସସବୁବେଳେସଚେତନ ଓ ସଂଗ୍ରାମକରି ଆସୁଛି। ଜନନାୟକରାହୁଲଗାନ୍ଧୀଏହିବର୍ଗରଲୋକମାନଙ୍କୁ ପାଇଁଲଢ଼େଇକରୁଛନ୍ତି।ସେମାନେ ସେମାନଙ୍କର ନ୍ୟାର୍ଯ୍ୟ ଅଧିକାର ଓ ଆବଶ୍ୟକ ସଂରକ୍ଷଣ ନ ପାଇବା ପର୍ଯ୍ୟନ୍ତ ରାଜ୍ୟଛାତ୍ରକଂଗ୍ରେସ ଏହାର ସଂଗ୍ରାମଜାରିରଖିବ।ରାଜ୍ୟଛାତ୍ରକଂଗ୍ରେସତରଫରୁସରକାରଙ୍କ ନିକଟରେ ନିକଟରେ ନିମ୍ନ ଆବେଦନ ଉପସ୍ଥାପନ କରାଯାଇଥିଲା। –
୧.ନିଯୁକ୍ତି ଏବଂଶିକ୍ଷାକ୍ଷେତ୍ରରେଓବିସି ଓ ଏସ୍.ସି.ବି.ସିମାନଙ୍କ ପାଇଁ ୨୭ ପ୍ରତିଶତସଂରକ୍ଷଣତୁରନ୍ତ ଲାଗୁକରାଯାଉ। ୨.ଓବିସି ଓ ଏସ୍.ସି.ବି.ସିବର୍ଗଯେଉଁସୁଯୋଗସବୁହରାଇଛନ୍ତିତାହାରଭରଣାକରିବା ପାଇଁ ଏକ ସ୍ୱତନ୍ତ୍ର ନିଯୁକ୍ତି ଅଭିଯାନ କରାଯାଉ। ୩.୨୦୧୫ ମସିହାସରକାରୀ ନିର୍ଦ୍ଦେଶାନାମା ଅନୁଯାୟୀ ବୈଷୟିକଏବଂବ୍ୟବହାରିକଶିକ୍ଷାକ୍ଷେତ୍ରରେଏସ୍.ସି.ଓଏସ୍.ଟିଛାତ୍ରଛାତ୍ରୀମାନଙ୍କ ପାଇଁ ୩୮.୭୫ ପ୍ରତିଶତସଂରକ୍ଷଣବ୍ୟବସ୍ଥାସଂପୂର୍ଣ୍ଣରୂପେ ବ୍ୟବସ୍ଥାକରାଯାଉ। ୪.ସଂବିଧାନର ଧାରା-୧୫(୫) ଅନୁଯାୟୀ ସଂରକ୍ଷଣ ନୀତିକୁଘରୋଇଶିକ୍ଷାନୁଷ୍ଠାନରେ ମଧ୍ୟ ବ୍ୟବସ୍ଥିତକରାଯାଉ। ଆଜିର ଏହି ଆନ୍ଦୋଳନରେ ଭୁବନେଶ୍ୱରଜିଲ୍ଲାସଭାପତିବିଶ୍ୱଜିତ ଦାସ, ସୂର୍ଯ୍ୟକାନ୍ତ ଜେନା, ପ୍ରଶାନ୍ତ ଚମ୍ପତି, ଯୁବକଂଗ୍ରେସସଭାପତିରଞ୍ଜିତ ପାତ୍ର, ପ୍ରକାଶମିଶ୍ର, ଅଜୟ ସାହୁ, ଯୁବନେତାସୁକୁମାରଗୌରବ, ଦେବବ୍ରତମହାନ୍ତି, ସୁଦୀପ ସାମଲଙ୍କସହଛାତ୍ରନେତାଶିବରଞ୍ଜନ ସାହୁ, ଆଶୁତୋଷ ରାଉତ, ସାହାରୁଖ୍ଖାନ୍, ସନ୍ଦିପ ରାଉତରାୟ, ଅନୁପମ ମଲ୍ଲିକ ଓ ରୁଦ୍ର ସାହୁ ପ୍ରମୁଖନେତୃତ୍ୱନେଇଥିଲେ।










