ନୂଆଦିଲ୍ଲୀ : AIIIMS ପାଟନାରେ ହଷ୍ଟେଲ ରୁମରୁ ଜଣେ ଛାତ୍ରଙ୍କ ମୃତଦେହ ମିଳିଥିଲା । ଅପରାହ୍ନ ପ୍ରାୟ 1ଟା ସମୟରେ ତାଙ୍କ ରୁମ ଖୋଲା ନଥିବା ଏବଂ ତାଙ୍କ ଫୋନ୍ ବାଜିବା ସମୟରେ କେହି ଉଠାଇ ନଥିବା ହେତୁ ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ଘଟଣା ସ୍ଥଳରେ ପହଂଚି ରୁମ ରୁ ମୃତଦେହ ଜବତ କରିଛି ।
ଓଡ଼ିଶାର ମୂଳ ବାସିନ୍ଦା, ଶାହଙ୍କ ପରିବାରକୁ ସୂଚନା ଦିଆଯାଇଛି। ଫୋରେନସିକ୍ ଦଳକୁ ଡକାଯାଇଛି, ଏବଂ ପୋଷ୍ଟମର୍ଟମ କରାଯିବ। ତଦନ୍ତ ଚାଲିଛି । ୧୯ ଜୁଲାଇରେ, ଅପରାହ୍ନ ପ୍ରାୟ ୧ଟା ସମୟରେ ଫୁଲୱାରିଶରିଫ ପିଏସ ସୂଚନା ପାଇ କହିଛନ୍ତି AIIMSର MD ପ୍ରଥମ ବର୍ଷର ଛାତ୍ର ଯଦବେନ୍ଦ୍ର ଶାହଙ୍କ ହଷ୍ଟେଲ ରୁମର ଦ୍ୱାର ସକାଳଠାରୁ ଖୋଲି ନାହିଁ ଏବଂ ତାଙ୍କ ଫୋନ୍ ଭିତରେ ବାଜୁଛି ।
“ପୁଲିସ ଘଟଣାସ୍ଥଳକୁ ପହଞ୍ଚିଥିଲା ଏବଂ AIIMS ପ୍ରଶାସନ ଏବଂ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଦ୍ୱାର ଖୋଲାଯାଇଥିଲା। ତାଙ୍କ ମୃତଦେହ ବିଛଣାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। FSL ଦଳକୁ ଡକାଯାଇଛି, ତାଙ୍କ ସମ୍ପର୍କୀୟମାନଙ୍କୁ ସୂଚନା ଦିଆଯାଇଛି। ସେ ଓଡ଼ିଶାର ବାସିନ୍ଦା । ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।










