27.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ: ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର । ହିମାଚଳ ପ୍ରଦେଶ ଧର୍ମଶାଳାରେ ଏଭଳି ଅଘଟଣ ଘଟିଛି । ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଛାତ୍ରୀ ଜଣଙ୍କ ଦୀର୍ଘ ସମୟ ଧରି ମାନସିକ ନିର୍ଯାତନା ଏବଂ ଜାତିଗତ ଭେଦଭାବର ଶିକାର ହୋଇଥିଲେ । ମୃତ୍ୟୁ ପୂର୍ବରୁ ଛାତ୍ରୀଙ୍କ ମୋବାଇଲ ଫୋନରେ ରେକର୍ଡ ହୋଇଥିବା ବୟାନ ସାମ୍ନାକୁ ଆସିଲା ପରେ ମାମଲା ଆହୁରି ଉଗ୍ର ରୂପ ନେଇଥିଲା । ଛାତ୍ରୀ ଜଣକ କଲେଜ ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନାର ଗମ୍ଭୀର ଅଭିଯୋଗ ଆଣିଥିଲେ । ତାଙ୍କୁ ଶାରୀରିକ ନିର୍ଯାତନା ଦେଉଥିଲେ। ଏହି ଘଟଣା ପରେ ଚାତ୍ର ସଂଗଠନ, ଦଳିତ ସଂଗଠନ, ସାମାଜିକ କର୍ମୀମାନେ ବ୍ୟାପକ କ୍ଷୋଭ ପ୍ରକାଶ କରିଛନ୍ତି । ସଂଗଠନଗୁଡିକ ଅଭିଯୁକ୍ତଙ୍କ ବିରୁଦ୍ଧରେ ଅନୁସୂଚିତ ଜାତି ଏବଂ ଜନଜାତି ଆଇନ, ଅନ୍ୟାନ୍ୟ ଧାରା ଅନୁଯାୟୀ କାର୍ଯ୍ୟାର୍ନୁଷ୍ଠାନ ଦାବି କରିଛନ୍ତି । ପୋଲିସ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking