25.1 C
Bhubaneswar
Tuesday, March 17, 2026
Homeଓଡିଶାହଷ୍ଟେଲରେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ

ହଷ୍ଟେଲରେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ

ଭୁବନେଶ୍ୱର: ରାଜଧାନୀ ଛାତି ଉପରେ ଥିବା ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ହଷ୍ଟେଲରୁ ମିଳିଛି ଛାତ୍ରୀଙ୍କ ଝୁଲନ୍ତା ମୃତଦେହ। ମୃତା ଛାତ୍ରୀଜଣକ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଛାତ୍ରୀ ଉତ୍କଳିକା ସ୍ୱାଇଁ ବୋଲି ଜଣାଯାଇଛି।
ଉତ୍କଳିକାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ। ସେ ସଙ୍ଗୀତ ମହାବିଦ୍ୟାଳୟର ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ଛାତ୍ରୀ ଥିଲେ। ସେ ଏକ ୩ ଜଣିଆ ହଷ୍ଟେଲ ରୁମ୍‌ରେ ରହୁଥିଲେ।
ଗତକାଲି ରାତିରେ କେହି ନ ଥିବା ବେଳେ ଉତ୍କଳିକା ନିଜ ରୁମ୍‌ରେ ଥିବା ଫ୍ୟାନ୍‌ରେ ବେକରେ ଓଢଣୀ ଲଗାଇ ଝୁଲି ପଡ଼ିଥିଲେ। ଆଜି ସକାଳେ ଦୀର୍ଘ ସମୟ ପର‌୍ୟ୍ୟନ୍ତ ସେ କବାଟ ନ ଖୋଲିବାରୁ ସହପାଠିନୀମାନେ କବାଟ ବାଡ଼େଇଥିଲେ। ମାତ୍ର କବାଟ ନଖୋଲିବାରୁ ପୁଲିସ୍‌କୁ ଖବର ଦେଇଥିଲେ।
ଘଟଣା ସ୍ଥଳରେ ପୁଲିସ୍ ପହଞ୍ଚି କବାଟ ଭାଙ୍ଗି ଉତ୍କଳିକାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲା। ପୁଲିସ୍ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତାଙ୍କ ପରିବାର ଲୋକେ ଝିଅର ଏପରି ମୃତ୍ୟୂକୁ ସହଜରେ ଗ୍ରହଣ କରି ପାରି ନାହାନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking