31.1 C
Bhubaneswar
Thursday, March 19, 2026
Homeଦେଶ ବିଦେଶପ୍ରୟାଗରାଜରେ ଛାତ୍ର ଓ ପୋଲିସ ମୁହାଁମୁହିଁ

ପ୍ରୟାଗରାଜରେ ଛାତ୍ର ଓ ପୋଲିସ ମୁହାଁମୁହିଁ

ଲକ୍ଷ୍ମୌ:ଉତ୍ତର ପ୍ରଦେଶ ପ୍ରୟାଗରାଜରେ ଛାତ୍ର ଓ ପୋଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି। ୟୁପି ପବ୍ଲିକ ସର୍ଭିସ କମିଶନ ଅଫିସ ଆଗରେ ପ୍ରବଳ ଉତ୍ତେଜନା ଦେଖାଦେଇଛି। ମୁତୟନ ହୋଇଛନ୍ତି ଆରପିଏଫ୍ ଏବଂ ପୋଲିସ। ସ୍ଥିତି ନିୟନ୍ତ୍ରଣ ପାଇଁ ପ୍ରଶାସନ କଡ଼ା ନଜର ରଖିଛି। ଗତକାଲି ସଂଧ୍ୟାରେ ମଧ୍ୟ ସେମାନେ ଏକ ବିରାଟ ମହମବତୀ ଶୋଭାଯାତ୍ରା କରିଥିଲେ। ପିଲାମାନେ କହୁଛନ୍ତି, ଅଲଗା ଅଲଗା ଦିନ ଅଲଗା ଅଲଗା ସିଫଟରେ ପରୀକ୍ଷା କରାଯାଉଥିବାରୁ ମେଧାର ଉଚିତ ମୂଲ୍ୟାୟନ କରାଯାଇପାରୁନାହିଁ। ଏହା ଛଡ଼ା ଅନିୟମିତତା ଦେଖାଦେଉଛି। ଆଗକୁ ଆସୁଥିବା ସିଭିଲ ସର୍ଭିସ କମିଶନର ପ୍ରିଲିମିନାରି ପରୀକ୍ଷା ମଧ୍ୟ ସେପରି ଭାବେ କରିବାକୁ ସେମାନେ ଦାବି କରିଛନ୍ତି। ସେହପରି ଡିସେମ୍ଵର ୨୨ ଓ ୨୩ରେ ହେବାକୁ ଥିବା ରିଭ୍ୟୁ ଅଫିସର ନିଯୁକ୍ତି ପରୀକ୍ଷା ମଧ୍ୟ ଗୋଟିଏ ଦିନରେ କରିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ।  ପ୍ରୟାଗରାଜରେ ଥିବା ୟୁପି ପବ୍ଲିକ ସର୍ଭିସ କମିଶନ ଅଫିସ ଆଗରେ ରାତି ବିତାଇବା ସହିତ ଧାରଣା ଜାରି ରଖିଛନ୍ତି ପିଲାମାନେ। କମିଶନ ବିରୋଧରେ ସେମାନେ ନାନା ସ୍ଲୋଗାନ ଦେଇଛନ୍ତି।  ଛାତ୍ରଙ୍କ ଆନ୍ଦୋଳନ ବେଳେ ଭଙ୍ଗାରୁଜା ହୋଇଥିବାରୁ ଗତକାଲି ୧୨ ଜଣଙ୍କ ନାଁରେ ଏତଲା ଦିଆଯାଇଛି। ଏହି ଆନ୍ଦୋଳନ ଚତୁର୍ଥ ଦିନରେ ପହଞ୍ଚିଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking