21.1 C
Bhubaneswar
Thursday, February 5, 2026
Homeଓଡିଶାଶିକ୍ଷକଙ୍କ ବଦଳି ଆଦେଶ ବାତିଲ ଦାବିରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଧାରଣା

ଶିକ୍ଷକଙ୍କ ବଦଳି ଆଦେଶ ବାତିଲ ଦାବିରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଧାରଣା

ମୟୁରଭଞ୍ଜ: ବିଦ୍ୟାଳୟ ପ୍ରବେଶ ଫାଟକ ସମ୍ମୁଖରେ ଅଭାବନୀୟ ଘଟଣା। ଗତକାଲି ଜିଲ୍ଲା ଶିକ୍ଷା ବିଭାଗରେ ଚାଲିଥିବା ମନମୁଖୀ କାର୍ଯ୍ୟ ପ୍ରତିବାଦରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା ଭଞ୍ଜସେନା । ହେଲେ ଆଜି ବିଦ୍ୟାଳୟର ମୁଖ୍ୟ ପ୍ରବେଶ ଫାଟକରେ ତାଲା ପକାଇବା ସହିତ ଧାରଣାରେ ବସିଲେ ଛାତ୍ର ଛାତ୍ରୀ। ଶିକ୍ଷକଙ୍କ ବଦଳି ଆଦେଶ ବାତିଲ ଦାବିରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଦ୍ବାରା ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ବ୍ଲକ ଭାଲିଆଡିହା ମୁକୁନ୍ଦରାମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଫାଟକ ଆଗରେ ଧାରଣାରେ ବସିଲେ ନିରୀହ ଛାତ୍ରଛାତ୍ରୀ। ଆଉ ଏହି ପ୍ରତିବାଦ ପ୍ରଦର୍ଶନ ପ୍ରମାଣ କରୁଛି ବଦଳି ଆଦେଶ ପାଇଥିବା ଶିକ୍ଷକଙ୍କ ଛାତ୍ରଛାତ୍ରୀଙ୍କ ପ୍ରତି ସ୍ନେହଶ୍ରଦ୍ଧା, ଆନ୍ତରିକତା ଓ କର୍ତ୍ତବ୍ୟ ପ୍ରତି ନିଷ୍ଠା ସାଙ୍ଗକୁ ସମର୍ପଣ ଭାବ। ଯାହା ଛାତ୍ରଛାତ୍ରୀଙ୍କ ହୃଦୟକୁ ଛୁଇଁଛି ।

ତେବେ ଏହି ବିଦ୍ୟାଳୟରେ ୧୦୬ ଛାତ୍ର ଛାତ୍ରୀଙ୍କୁ ୮ଜଣ ଶିକ୍ଷକ ରହିଥିବା ବେଳେ ଜଣେ ଶିକ୍ଷକଙ୍କୁ ଗତ ୩୦ ତାରିଖ ଦିନ ବଦଳି କରାଯାଇଥିଲା। ତେବେ କର୍ତ୍ତୃପକ୍ଷଙ୍କ ବଦଳି ଆଦେଶକୁ ବିରୋଧ କରି ଆଜି ଶନିବାର ସକାଳୁଆ ବିଦ୍ୟାଳୟ ଥିବାରୁ ବିଦ୍ୟାଳୟ ଫାଟକରେ ତାଲା ଲଗାଇ ସମ୍ମୁଖରେ ଧାରଣାରେ ବସିଛନ୍ତି ଶତାଧିକ ଛାତ୍ରଛାତ୍ରୀଙ୍କ ସହ ଅଭିଭାବକ। ଏଠାରେ ଉଲ୍ଲେଖଯୋଗ୍ୟ ଆଜି ଅସହ୍ୟ ଗୁଳୁଗୁଳି ଅନୁଭୁତ ହେଉଥିବା ସତ୍ତ୍ୱେ ଖାତର ନ କରି ଶିକ୍ଷା ବିଭାଗ ଅଧିକାରୀଙ୍କ ଆଦେଶ ବିରୋଧରେ ଆନ୍ଦୋଳନରେ ବସିଥିଲେ ନିରୀହ ଛାତ୍ରଛାତ୍ରୀ । ସୂଚନାଯୋଗ୍ୟ ଯେ ବଦଳି ଆଦେଶ ଜାରୀ କରିଥିବା ବିଭାଗୀୟ ଅଧିକାରୀ ଆଦେଶ ଜାରୀ କରିବା ପୂର୍ବରୁ ତାଙ୍କର ସହଯୋଗୀଙ୍କ ସହ ଆଲୋଚନା କରିଥିଲେ କି ? ଯଦି କରିଥିଲେ କୋଉ ସହଯୋଗୀଙ୍କ ପରାମର୍ଶରେ ଦାୟିତ୍ବହୀନ ପଦକ୍ଷେପ ଗ୍ରହଣ କରି ଏଭଳି ଏକ ଅଭାବନୀୟ ପରିସ୍ଥିତିକୁ ଜନ୍ମ ଦେଇ ଆଜିର ଅକଳିଆ ପରିସ୍ଥିତି ସୃଷ୍ଟି କରିବାକୁ ଆଗ୍ରହ ଦେଖାଇବା ପଛରେ ତାଙ୍କର କୋଉ ମହତ ଉଦ୍ଦେଶ୍ୟ ସାଧନ ହେଉଥିଲା ବୋଲି ଏବେ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ଅଭିଭାବକମାନେ।

ସେହିଭଳି ଜଣେ କର୍ତ୍ତବ୍ୟନିଷ୍ଠା ଶିକ୍ଷକ ତାଙ୍କର ଦାୟିତ୍ଵ ପ୍ରତି ସମର୍ପଣ ମନୋଭାବ ନେଇ ଦାୟିତ୍ଵନିର୍ବାହ କରି ଛାତ୍ର ଛାତ୍ରୀ ଓ ଅଭିଭାବକଙ୍କ ପ୍ରୀୟଭାଜନ ହୋଇ ପିଲାଙ୍କର ଶୃଙ୍ଖଳିିତ ଭବିଷ୍ୟତ ଗଠନକୁ ଅଗ୍ରାଧିକାର ଦେଉଛନ୍ତି ତାଙ୍କୁ ଅସ୍ଥିର କରିବା ପଛରେ ସଂପୃକ୍ତ ଅଧିକାରୀଙ୍କ ଆଗ୍ରହ ଦେଖାଇବା ବାସ୍ତବରେ ସନ୍ଦେହଜନକ ମନେ ହେଉଥିବାରୁ ଏହାର ଉଚ୍ଚସ୍ତରୀୟ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ବିଭାଗର ସ୍ବଚ୍ଛତା ପ୍ରମାଣ କରିବା ଆବଶ୍ୟକ ବୋଲି ମତପ୍ରକାଶ ପାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking