21.1 C
Bhubaneswar
Monday, February 2, 2026
Homeଦେଶ ବିଦେଶଶିକ୍ଷୟତ୍ରୀଙ୍କ ଉପରକୁ ପେଟ୍ରୋଲ ପକାଇ ଜାଳିଦେଲେ ଛାତ୍ରୀ

ଶିକ୍ଷୟତ୍ରୀଙ୍କ ଉପରକୁ ପେଟ୍ରୋଲ ପକାଇ ଜାଳିଦେଲେ ଛାତ୍ରୀ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ନରସିଂହପୁର ଜିଲ୍ଲାରେ ସୋମବାର ଦିନ ଜଣେ ୧୮ ବର୍ଷୀୟା ଛାତ୍ରୀ ଜଣେ ଶିକ୍ଷୟିତ୍ରୀଙ୍କ ଉପରେ ପେଟ୍ରୋଲ ପକାଇ ଜାଳି ଦେଇଥିବା ଅଭିଯୋଗ ହୋଇଛି। ତାଙ୍କର ପ୍ରାୟ ୨୫ ପ୍ରତିଶତ ଶରୀର ପୋଡ଼ି ଯାଇଛି ଏବଂ ସେ ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଶିକ୍ଷୟିତ୍ରୀ ଛାତ୍ରୀଙ୍କ ପୋଷାକ ଉପରେ ଅଶ୍ଳୀଳ ମନ୍ତବ୍ୟ ଦେବା ନେଇ ସ୍କୁଲ ପରିଚାଳନା ନିକଟରେ ଅଭିଯୋଗ କରିବା ପରେ ଅଭିଯୁକ୍ତମାନେ କ୍ରୋଧିତ ହୋଇ ପଡ଼ିଥିଲେ। ଯାହା ଫଳରେ ଛାତ୍ରୀ ଜଣଙ୍କ ଏଭଳି ନିଷ୍ପତ୍ତି ନେଇଥିଲେ ।ସୂଚନା ଅନୁଯାୟୀ, ଅଗଷ୍ଟ ୧୫ ତାରିଖରେ ଏକ ସ୍କୁଲ କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ଶାଢ଼ି ପିନ୍ଧିଥିଲେ। ଶିକ୍ଷୟିତ୍ରୀତାଙ୍କୁ ଦେଖି ତାଙ୍କ ପୋଷାକ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଏହା ପରେ, ସେ ସ୍କୁଲ ପ୍ରିନ୍ସିପାଲଙ୍କ ନିକଟରେ ଅଭିଯୋଗ କରିଥିଲେ।ପରେ କୌଣସି କାର୍ଯ୍ୟାନୁଷ୍ଠାନ ନେବାରୁ ସେ ଶିକ୍ଷୟିତ୍ରୀଙ୍କ ଉପରେ ପେଟ୍ରୋଲ ଢାଳି ଦେଇଥିଲେ, ଏକ ଜଳନ୍ତା ଦିଆସିଲି କାଠି ଫିଙ୍ଗି ପଳାଇ ଯାଇଥିଲେ।ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତଙ୍କୁ ଡୋଙ୍ଗରଗାଁ ଥାନା ଅଞ୍ଚଳର କଲ୍ୟାଣପୁର ଗ୍ରାମରୁ ଗିରଫ କରିଛି। ତଦନ୍ତ ଚାଲିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking