31.1 C
Bhubaneswar
Saturday, September 14, 2024
Homeଦେଶ ବିଦେଶଭାରତରେ ଛାତ୍ର ଆତ୍ମହତ୍ୟା ହାର ବୃଦ୍ଧି ପାଇଛି : ରିପୋର୍ଟ

ଭାରତରେ ଛାତ୍ର ଆତ୍ମହତ୍ୟା ହାର ବୃଦ୍ଧି ପାଇଛି : ରିପୋର୍ଟ

ନୂଆଦିଲ୍ଲୀ: ଏକ ନୂତନ ରିପୋର୍ଟରୁ ଜଣାପଡିଛି ଯେ ଭାରତରେ ଛାତ୍ର ଆତ୍ମହତ୍ୟା ହାର ଅବିଶ୍ୱସନୀୟ ଭାବେ ବୃଦ୍ଧି ପାଇବାରେ ଲାଗୁଛି । ତେବେ ବଡ଼ କଥା ହେଉଛି ପୂର୍ବରୁ ଦେଶରେ କୃଷି ଆତ୍ମହତ୍ୟା ଅଧିକ ମାତ୍ରାରେ ରିପୋର୍ଟ କରାଯାଉଥିବା ବେଳେ ?ଏବେ ସେହି ରେକର୍ଡକୁ କାଟିଛି ଛାତ୍ର ଆତ୍ମହତ୍ୟା ମାମଲା । ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି)ର ତଥ୍ୟକୁ ଆଧାର କରି ରିପୋର୍ଟରେ ଦର୍ଶାଯାଇଛି ଯେ ଭାରତରେ ଆତ୍ମହତ୍ୟା ହାର ବାର୍ଷିକ ୨% ବୃଦ୍ଧି ପାଇଥିବା ବେଳେ ଛାତ୍ର ଆତ୍ମହତ୍ୟା ହାର ୪% ବୃଦ୍ଧି ପାଇଛି ।

ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ଏହି ଆକଳନ ଅଳ୍ପ ହୋଇପାରେ, ମାତ୍ର ଏହା ଏକ ଆହୁରି ଗୁରୁତର ପ୍ରସଙ୍ଗକୁ ସୂଚାଉଛି । ଜନସଂଖ୍ୟା ବୃଦ୍ଧିଠାରୁ ଅଧିକ ରହୁଛି ଛାତ୍ର ଆତ୍ମହତ୍ୟା ସଂଖ୍ୟା । ମହାରାଷ୍ଟ୍ର, ତାମିଲନାଡୁ ଓ ମଧ୍ୟପ୍ରଦେଶରେ ସର୍ବାଧିକ ସଂଖ୍ୟା ରେକର୍ଡ ହୋଇଛି । ୨୦୨୨ ମସିହା ଆତ୍ମହତ୍ୟା ମାମଲା ଭିତରେ ୫୩ ପ୍ରତିଶତ ପୁରୁଷ ରହିଥିଲେ । ୨୦୨୧ ଓ ୨୦୨୨ ମଧ୍ୟରେ ପୁରୁଷ ଆତ୍ମହତ୍ୟା ମାମଲା ୬ ପ୍ରତିଶତ କମିଥିବା ବେଳେ ମହିଳାଙ୍କ ଆତ୍ମହତ୍ୟା ମାମଲା ୭ ପ୍ରତିଶତ ବୃଦ୍ଧି ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking