ବାଲେଶ୍ୱର: ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ଆତ୍ମହୁତି ଉଦ୍ୟମ ଘଟଣା । ଗଠନ ହେଲା ୮ ଜଣିଆ ବିଶେଷଜ୍ଞ କମିଟି । ଭୁବନେଶ୍ୱର ଏମ୍ସ ପକ୍ଷରୁ କମିଟି ଗଠନ ହେଲା । ପୀଡିତାଙ୍କ ଚିକିତ୍ସାର ତଦାରଖ କରିବ କମିଟି । ଏହି ସମୟରେ ଛାତ୍ରୀଙ୍କ ଅବସ୍ଥା ସମ୍ପର୍କରେ ସୂଚନା ଦେଇଥିଲେ ଏମ୍ସ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସ । କହିଥିଲେ ପୀଡିତାଙ୍କ ଅବସ୍ଥା ସଂକଟାପନ୍ନ ରହିଛି । କାଲିଠାରୁ ଆଜି ଅବସ୍ଥା ସାମାନ୍ୟ ପରିବର୍ତ୍ତନ ହୋଇଛି । ଆଗାମୀ ୨୪ ଘଣ୍ଟା ପୀଡିତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ । ବର୍ତ୍ତମାନ ଛତ୍ରୀ ଜଣକ ଭେଣ୍ଟିଲେଟରରେ ଅଛନ୍ତି । ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତତ୍ତ୍ୱାବଧାନରେ ଚାଲିଛି ଚିକିତ୍ସା । ଛାତ୍ରୀଙ୍କ କିଡନୀ ସାମାନ୍ୟ ପ୍ରଭାବିତ ହେଇଛି ।









