ଭୁବନେଶ୍ୱର: ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସହ କଥା ହେଲେ ରାଜ୍ୟପାଳ । ଘଟଣାର ସବିଶେଷ ତଥ୍ୟ ପଚାରି ବୁଝିଲେ । ଏମସ ନିର୍ଦ୍ଦେଶକଙ୍କ ସହ ମଧ୍ୟ ଆଲୋଚନା କଲେ । ସ୍ୱାସ୍ଥ୍ୟାବସ୍ଥା ବୁଝିବା ସହ ଉତ୍ତମ ଚିକିତ୍ସା ଦେବାକୁ କହିଲେ । ସବୁ କଲେଜକୁ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶ ଦେଇଛନ୍ତି । ଛାତ୍ରୀ ଆତ୍ମାହୁତି ଉଦ୍ୟମ ପରେ ପ୍ରଶାସନ ତତ୍ପର ରହିଛି । ଯୌନ ନିର୍ଯାତନା ଅଭିଯୋଗରେ ତୁରନ୍ତ ପଦକ୍ଷେପ ନିଅ । ନିଜ କ୍ୟାମ୍ପସରେ ସମ୍ବେଦନଶୀଳ ଘଟଣା ଉପରେ ନଜର ରଖ । ଆଇସିସି ଥିଲେ କାର୍ଯ୍ୟକ୍ଷମ କର । ନଥିଲେ ତୁରନ୍ତ ଗଢ । କଲେଜ କ୍ୟାମ୍ପସରେ ସୁରକ୍ଷାକର୍ମୀ ନିୟୋଜିତ କର । ୨୪ ଘଣ୍ଟିଆ ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।










