20.1 C
Bhubaneswar
Sunday, December 21, 2025
Homeଓଡିଶାଛାତ୍ରୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଛାତ୍ରୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଗଞ୍ଜାମ : ଚମାଖଣ୍ଡି ଥାନା ଅନ୍ତର୍ଗତ ଜ୍ଞାନ ବିକାଶ ବିଦ୍ୟାଳୟରେ ଗତକାଲି ରାତ୍ର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜୈନିକ ଛାତ୍ରୀ ସ୍ଵୀତି ପ୍ରଧାନ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସନ୍ଦେହ ଘେରରେ ରହିଛି। ଖବର ପାଇ ଚାମାଖଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ତଦନ୍ତ ଆରମ୍ଭ କରିଛି। ଘଟଣାରୁ ପ୍ରକାଶ, +୨ ବିଜ୍ଞାନରେ ପଡୁଥିବା ଜୈନିକ ଛାତ୍ରୀ ସ୍ଵୀତି ହଷ୍ଟେଲରେ ରହୁଥିଲେ। ତାଙ୍କ ପ୍ରକୋଷ୍ଟରେ ୨୭ ଜଣ ଛାତ୍ରଛାତ୍ରୀ ରହିଥିଲେ। ଗତକାଲି ରାତ୍ର ୯ଘଣ୍ଟା ସମୟରେ ସେ ଖାଇବାକୁ ନ ଯାଇ ତାଙ୍କ ପ୍ରକୋଷ୍ଟରେ ଥିବା ଜଣେ ଛାତ୍ରୀଙ୍କୁ ତାଙ୍କପାଇଁ ଖାଦ୍ଯ ଆଣିବାକୁ କହିଥିଲେ। ଖାଦ୍ୟ ଆଣିବା ସମୟରେ ପ୍ରକୋଷ୍ଠ ବନ୍ଦ ଥିବା ଦେଖି ଛାତ୍ରୀମାନେ ୱାଡେନଙ୍କୁ ଜଣାଇଥିଲେ। ସ୍ଵୀତି ଆତ୍ମହତ୍ୟା କରିଥିବା ଦେଖି ସେମାନେ ତୁରନ୍ତ ଥାନାକୁ ଜଣାଇଥିଲେ। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଏହା ଆତ୍ମହତ୍ୟା ବୋଲି କହିଛି। କିନ୍ତୁ ସୁରଥରେ ରହୁଥିବା ସ୍ବାତିଙ୍କ ପରିବାର ଲୋକ କହିବା ଅନୁଯାୟୀ ସେମାନେ ଯାହା ଶୁଣିବାକୁ ପାଇଛନ୍ତି ଯେଉଁଠି ସ୍ବାତି ରଶି ଦେଇଛି ସେଠାରେ ସେପରି ପରିସ୍ଥିତି ନାହିଁ। ତେଣୁ କରି ଏହା ହତ୍ୟା ବୋଲି ସେମାନେ ଦାବୀ କରୁଛନ୍ତି। ପରିବାର ଲୋକେ ସୁରଥରୁ ଫେରୁଛନ୍ତି ଏବଂ ସେମାନେ ପହଞ୍ଚିଲା ପରେ ପରବର୍ତ୍ତୀ କଥା ଜଣା ପଡ଼ିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking