28.1 C
Bhubaneswar
Wednesday, December 17, 2025
Homeଓଡିଶାଶିକ୍ଷକଙ୍କ ବିରୁଦ୍ଧରେ ମୁହଁ ଖୋଲିଲେ ଛାତ୍ରୀ

ଶିକ୍ଷକଙ୍କ ବିରୁଦ୍ଧରେ ମୁହଁ ଖୋଲିଲେ ଛାତ୍ରୀ

ଢେଙ୍କାନାଳ: ରସିକିୟା ଶିକ୍ଷକଙ୍କ ନିର୍ଯାତନା ବିରୁଦ୍ଧରେ ମୁହଁ ଖୋଲିଲେ ନବମ ଶ୍ରେଣୀ ଛାତ୍ରୀ । ଶିକ୍ଷକ ଜଣଙ୍କ ମୁହଁ ପୋଛିବା ପାଇଁ ମାଗନ୍ତି ଝିଅଙ୍କ ଓଢଣି। ଶୌଚ ଯିବାକୁ କହିଲେ ସାଙ୍ଗରେ ଯିବାକୁ କୁହନ୍ତି। ନିର୍ଯାତନା ଅସହ୍ୟ ହେବାରୁ ପରିବାର ଲୋକଙ୍କୁ ଜଣାଇଲେ ଛାତ୍ରୀ। ବିଦ୍ୟାଳୟର ପରିଚାଳନା କମିଟି ସଦସ୍ୟଙ୍କୁ ଅବଗତ କରିଲେ ପରିବାର ଲୋକେ। ବସିଲା ଜରୁରୀକାଳୀନ ବୈଠକ। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ମୂଦଙ୍ଗା ପଞ୍ଚାୟତ ଅନ୍ତର୍ଗତ ଅଁଳାଝରି ଗ୍ରାମର ଯମେଶ୍ୱର ଉଚ୍ଚ ବିଦ୍ୟାଳୟରେ। ବିଦ୍ୟାଳୟରେ ମାତ୍ର ଦୁଇଟି ଶ୍ରେଣୀ ନବମ ଏବଂ ଦଶମ ଥିବାବେଳେ ଏଠାରେ କାର୍ଯ୍ୟରତ ଅଛନ୍ତି ସମୁଦାୟ ଚାରିଜଣ ଶିକ୍ଷକ।

ଏହା ମଧ୍ୟରୁ ମନୋଜ କୁମାର ବାରିକଙ୍କ ନାମରେ ଆସିଛି ଛାତ୍ରୀ ନିର୍ଯାତନା ଭଳି ସଙ୍ଗୀନ ଅଭିଯୋଗ। ବର୍ତ୍ତମାନ ଓଡ଼ିଶାରେ ଛାତ୍ରୀ ନିର୍ଯାତନା ଅଭିଯୋଗର ତାଲିକା କାହାକୁ ବା ଅଛପା। ପୂର୍ବ ଘଟଣାରେ ନିର୍ଯାତିତା ପ୍ରାୟ ଅଧିକାଂଶ କଲେଜ ଛାତ୍ରୀ ହୋଇଥିବା ବେଳେ ଆଜିର ଘଟଣାଟି ଅନେକାଂଶରେ ସମ୍ପୁର୍ଣ୍ଣ ସମ୍ବେଦନଶିଳ। ତେବେ ଛାତ୍ରୀଙ୍କ ନାମ ଠିକଣାକୁ ପରିବାର ଲୋକେ ପ୍ରକାଶ କରିବାକୁ ମନାକରିବା ସହିତ କୌଣସି ପ୍ରତିକ୍ରିୟା ଦେଇନଥିଲେ। ମାତ୍ର ଏହି ଘଟଣାକୁ ଅତି ଗୁରୁତର ସହ ନେଇଛନ୍ତି ବିଦ୍ୟାଳୟ ପରିଚାଳନା କମିଟି। ଅଭିଯୋଗ ପାଇବା ମାତ୍ରେ କରିଛନ୍ତି ଜରୁରୀକାଳୀନ ବୈଠକ। ଅଧିବେଶନ କରାଯାଇ ଏହି ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଯିବା ନେଇ ଏହାର ନକଲ ଜିଲ୍ଲା ଶିକ୍ଷା ଅଧିକାରିଣୀ ଏବଂ ଭୁବନ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଅଭିଯୋଗ ପତ୍ର ଦାଖଲ କରିଛନ୍ତି ପରିଚାଳନା କମିଟି। ତେବେ ଏହା ଉପରେ ତୁରନ୍ତ ପଦେକ୍ଷପ ନିଆ ନଗଲେ ଆଗାମୀ ସମୟରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରାଯିବ ବୋଲି କହିଛନ୍ତି କମିଟି ସଭାପତି ପ୍ରମୋବ ବେହେରା। ସୂଚନାରୁ ଏହା ମଧ୍ୟ ଏହି ରସିକିୟା ଶିକ୍ଷକଙ୍କ ବିରୁଦ୍ଧରେ ପୂର୍ବରୁ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ଅଭିଯୋଗ ପତ୍ର ଦାଖଲ ହୋଇସାରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking