23.1 C
Bhubaneswar
Tuesday, February 3, 2026
Homeଓଡିଶାବାର୍ଷିକ କ୍ରୀଡ଼ା ଚାଲିଥିବା ବେଳେ ଟଳିପିଡ଼ିଲେ ଛାତ୍ର

ବାର୍ଷିକ କ୍ରୀଡ଼ା ଚାଲିଥିବା ବେଳେ ଟଳିପିଡ଼ିଲେ ଛାତ୍ର

ସୁନ୍ଦରଗଡ଼: ଏକଲବ୍ୟ ମଡେଲ ରେସିଡେନ୍ସିଆଲ ସ୍କୁଲରେ ଅଘଟଣ। ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଚାଲିଥିବା ବେଳେ ଟଳିପିଡ଼ିଲେ ଏକାଦଶ ଶ୍ରେଣୀର ଛାତ୍ର । ମୃତକ ହେଲେ ଜୟଦୀପ ସାଗର ବେକ୍ ଓରଫ ସିଲୁ।ଜୟଦୀପ ୪୦୦ ମିଟର ଦୌଡ଼ରେ ସାମିଲ ହୋଇ ଦୌଡ଼ୁଥିବା ବେଳେ ଅସୁସ୍ଥ ଅନୁଭବ କରିଥିଲେ। ତାପରେ ତାଙ୍କୁ ଏନଟିପିସି ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଛାତ୍ର ଜଣକ ଭବାନୀପୁର ଗାଁର ଓ ସେ ଇଏମଆରଏସରେ ୧୧ ଶ୍ରେଣୀରେ ପାଠ ପଢୁଥିଲେ। ଏହି ଘଟଣା ପ୍ରଚାରିତ ହେବା ପରେ ବିଦ୍ୟାଳୟରେ ଶୋକର ଛାୟା ଖେଳିଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking