ଆସ୍କା: ଆସ୍କା କୋଟିନଡାରେ ଅଭାବନୀୟ ଘଟଣା । ଦେହରେ କିରୋସିନ ଢାଳି ନିଆଁ ଲଗାଇ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ। ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ପ୍ରଥମେ ଆସିକା ଓ ପରେ ବ୍ରହ୍ମପୁର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଯୁବତୀଙ୍କ ଶରୀରର ୫୦ ପ୍ରତିଶତ ପୋଡି ଯାଇଛି। ଘରେ କେହି ନଥିବା ସମୟରେ ଏଭଳି ଆତ୍ମହତ୍ୟା ଉଦ୍ୟମ କରୁଛନ୍ତି ଯୁବତୀ। ତେବେ କାହିଁକି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ତାହା ସ୍ପଷ୍ଟ ହୋଇନି । ଅନ୍ୟପଟେ ବାଙ୍କୀରେ ଯୁବକଙ୍କ ଆତ୍ମହୁତି ଉଦ୍ୟମ । ବାଙ୍କୀ ଥାନା ଅନ୍ତର୍ଗତ ବିଲିପଡ଼ା ତାଳବସ୍ତ ରାସ୍ତାର ତାରିଣୀ ମନ୍ଦିର ନିକଟରେ ପେଟ୍ରୋଲ ଢାଳି ଯୁବକ ଆତ୍ମହୁତି ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ ବାଙ୍କୀ ମେଡିକାଲରେ ଯୁବକଙ୍କୁ ଭର୍ତ୍ତି କରାଯାଇଛି । ତେବେ ଯୁବକ ଜଣକ କାହିଁକି ଆତ୍ମହତ୍ୟା ଉଦ୍ୟମ କଲେ ତାହାର କାରଣ ଏଯାଏଁ ଜଣାପଡିନି। ଆତ୍ମହତ୍ୟା ଉଦ୍ୟମ କରୁଥିବା ଯୁବକ ଜଣକ ହେଲେ ତାଳବସ୍ତ ଗାଁର ସୋମ୍ୟରଞ୍ଜନ ବାରିକ ।










