ପିପିଲି: ଯୁକ୍ତ ଦୁଇ ଛାତ୍ରୀଙ୍କୁ ଜାଳିଦେବାକୁ ଉଦ୍ୟମ ା ୩ ଜଣ ଦୁର୍ବୃତ୍ତ ଆସି ଲଗାଇଲେ ନିଆଁ । ନିମାପଡା ବଳଙ୍ଗା ବାଇଆବର ଅଞ୍ଚଳର ଘଟଣା । ଚାଲି ଚାଲି ସାଙ୍ଗ ଘରକୁ ଯାଉଥିଲେ ଛାତ୍ରୀ । ଛାତ୍ରୀଙ୍କୁ ଦୁର୍ବୃତ୍ତ ଅଟକାଇ ଲଗାଇଦେଲେ ନିଆଁ । ଛାତ୍ରୀଙ୍କ ହାତ, ଗୋଡ, ଦେହର କିଛି ଅଂଶ ପୋଡିଯାଇଛି । ଏଭଳି କାଣ୍ଡ ଘଟାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ଭୁବନେଶ୍ୱର ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ବଳଙ୍ଗା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି ।










