ବାସୁଦେବପୁର: ସ୍କୁଲଗାଡ଼ିରୁ ଖସି ଛାତ୍ର ଗୁରୁତର । ଗୁରୁତର ଜଣକ ହେଉଛନ୍ତି ପଞ୍ଚମ ଶ୍ରେଣୀର ଛାତ୍ର ଜ୍ୟୋତିରଞ୍ଜନ ଦାସ । ସୂଚନା ଅନୁସାରେ, କଷିଆ ଥାନା ଅଧିନ ସାନକୄଷ୍ନପୁରରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନର ଗାଡିରେ ଯାଉଥିବା ସମୟରେ ଡୋର ଖୋଲିଥିବା କାରଣରୁ ଦୁର୍ଘଗ୍ୟବଶତଃ ଜ୍ୟୋତିରଞ୍ଜନ ତଳେ ପଡିଯାଇଥିଲେ । ଏହା ପରେ ତୁରନ୍ତ ଶିକ୍ଷାନୁଷ୍ଠାନ ପକ୍ଷରୁ ଚିକିତ୍ସା ପାଇଁ ନିଆଯିବା ସହିତ ଗୁରୁତର ଛାତ୍ରଙ୍କ ପରିବାକୁ ଖବର ଦିଆଯାଇଥିଲା । ଘଟଣାପରେ ଶିକ୍ଷାନୁଷ୍ଠାନକୁ ସଂଯୋଗ କରୁଥିବା ରାସ୍ତାରେ ବେଆଇନ ଭାବେ ନିର୍ମିତ ହମ୍ପସ ପାଇଁ ବାରମ୍ବାର ଦୁର୍ଘଟଣା ଘଟୁଥିବା କାରଣରୁ ଜନ ଅସନ୍ତୋଷ ବୄଦ୍ଧି ପାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।










