30.1 C
Bhubaneswar
Tuesday, February 10, 2026
Homeଓଡିଶାସ୍କୁଲରେ ସିଲିଂ ଫ୍ୟାନ୍ ପଡ଼ି ଛାତ୍ରୀ ଗୁରୁତର

ସ୍କୁଲରେ ସିଲିଂ ଫ୍ୟାନ୍ ପଡ଼ି ଛାତ୍ରୀ ଗୁରୁତର

ଉଦଳା: କ୍ଲାସ ଚାଲିଥିବା ସମୟରେ ସ୍କୁଲର ସିଲିଂ ଫ୍ୟାନ୍ ଭାଙ୍ଗି ପଡ଼ିବାରୁ ତୃତୀୟ ଶ୍ରେଣୀର ଜଣେ ଛାତ୍ରୀ ଗୁରୁତର ହୋଇପଡ଼ିଛନ୍ତି। ଏହି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ବ୍ଲକର ବଘିଆଗଡ଼ି ସରକାରୀ ପ୍ରାଥମିକ ବିଦ୍ୟାଳୟରେ। ଆହତ ଛାତ୍ରୀଙ୍କ ନାମ ପ୍ରତିକ୍ଷାରାଣୀ ବେଜ୍, ସେ ତୃତୀୟ ଶ୍ରେଣୀର ଛାତ୍ରୀ ବୋଲି ଚିହ୍ନଟ କରାଯାଇଛି। ରିପୋର୍ଟ ଅନୁସାରେ, ଆଜି ପ୍ରଧାନ ଶିକ୍ଷୟିତ୍ରୀ ସ୍କୁଲରେ ପାଠପଢ଼ାଉଥିବା ସମୟରେ କୌଣସି ପ୍ରକାରେ ସିଲିଂ ଫ୍ୟାନ୍ ପଡ଼ିଯିବାରୁ ଛାତ୍ରୀ ଜଣକ ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ଏହି ଘଟଣା ପରେ, ତାଙ୍କୁ ଗୁରୁତର ଅବସ୍ଥାରେ ତୁରନ୍ତ ଉଦଳା ଡାକ୍ତରଖାନାକୁ ନିଆଯାଇଥିଲା। ସେ ଏବେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking