25.1 C
Bhubaneswar
Sunday, December 21, 2025
Homeଓଡିଶାଛାତ୍ର ବୃତ୍ତି ୪୫୦ କୋଟି ବ୍ୟୟବରାଦ 

ଛାତ୍ର ବୃତ୍ତି ୪୫୦ କୋଟି ବ୍ୟୟବରାଦ 

ଭୁବନେଶ୍ୱର: ଆଜି ରାଜ୍ୟ ବଜେଟ ଅଧିବେଶନ । ବଜେଟ ଉପସ୍ଥାପନା କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଲୋକଙ୍କ ସରକାରର ଏହା  ଦ୍ୱିତୀୟ ବଜେଟ । ୨ ଲକ୍ଷ ୯୦ ହଜାର କୋଟିର ବଜେଟ ଉପାସ୍ଥାପନା କରିଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି ଅନୁସୂଚିତ ଜାତି/ ଜନଜାତିଙ୍କ ପାଇଁ ମାଧୋ ସିଂ ହାତଖର୍ଚ୍ଚ ଯୋଜନା ପାଇଁ ୧୫୪ କୋଟି ଟଙ୍କା, ଛାତ୍ର ବୃତ୍ତି ୪୫୦ କୋଟି ବ୍ୟୟବରାଦ ହୋଇଛି । ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ୨୧୦ କୋଟି ବ୍ୟୟବରାଦ ହୋଇଛି । ସାମାଜିକ ସୁରକ୍ଷା କ୍ଷେତ୍ରରେ ମଧୁବାବୁ ପେନସନ ଯୋଜନା ପାଇଁ ୫ ହଜାର ୩୭୦ କୋଟି, ନିଃସହାୟକ ପାଇଁ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ୨,୧୮୧ କୋଟି, ଇନ୍ଦିରା ଗାନ୍ଧୀ ଜାତୀୟ ପେନସନ ପାଇଁ ୧ ହଜାର ୧୬ କୋଟି ବ୍ୟୟବରାଦ ହୋଇଛି । ଶକ୍ତି କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା ୧ ହଜାର ୩୩ କୋଟି, ଓଡିଶା ଅକ୍ଷୟ ଶକ୍ତି ବିକାଶ ଯୋଜନା ପାଇଁ ୧୦୯୩ କୋଟି ବ୍ୟୟବରାଦ ହୋଇଛି । ନୂଆ ଯୋଜନାରେ ଅନ୍ତୋଦୟ ଗୃହ ଯୋଜନା ୨ ହଜାର ୬୦୩ କୋଟି, ସୁଭଦ୍ରା ସୁରକ୍ଷା ପାଇଁ ୧୫୩ କୋଟି, ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ପାଇଁ ୩୦ କୋଟି, ଉତ୍ତର ଓଡିଶା ବିକାଶ ପରିଷଦ ୨୦୦ କୋଟି, ଦକ୍ଷିଣ ଓଡିଶା ବିକାଶ ପରିଷଦ ୨୦୦ କୋଟି, ଓଡିଶା ପୁଷ୍ଟି ମିଶନ ପାଇଁ ୧୦୦ କୋଟି, ବକୁଳବନ ଉନ୍ନୟନ ପାଇଁ ୫୦ କୋଟି, ଆମ ଶିମିଳିପାଳ ଯୋଜନା ପାଇଁ ୫୦ କୋଟି, ମଡେଲ ମଣ୍ଡି ପାଇଁ ୫୦ କୋଟି, ସହିଦ ଲକ୍ଷ୍ମଣ ନାୟକ ଆଦର୍ଶ ବିଦ୍ୟାଳୟ ପାଇଁ ୧୦୦ କୋଟି, ପ୍ରବାସୀ ଓଡିଆ ଓ ସମ୍ପର୍କ ପାଇଁ ୧୦ କୋଟି, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ପାଇଁ ୧୨ କୋଟି, ସ୍ୱଚ୍ଛ ଓଡିଶା ପାଇଁ ୨୬୧ କୋଟି, ‘ଆମେ ପଢିବା ଆମ ଭାଷାରେ’ ପାଇଁ ୨୫ କୋଟି, ଅଟଳ ବସଷ୍ଟାଣ୍ଡ ପାଇଁ ୧୨ ଶହ ୬୬ କୋଟି, ସମୃଦ୍ଧ ସହର ପାଇଁ ୪୦୮ କୋଟି ଖର୍ଚ୍ଚ ହେବ କହିଲେ ମୁଖ୍ୟମନ୍ତ୍ରୀ ।

ନିର୍ମଳା ଯୋଜନା ପାଇଁ ୯୯୭ କୋଟି ବ୍ୟୟ ବରାଦ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking