26.1 C
Bhubaneswar
Friday, October 25, 2024
Homeଓଡିଶାଏମକେସିଜିରେ ଛାତ୍ରଙ୍କୁ ରାଗିଂ

ଏମକେସିଜିରେ ଛାତ୍ରଙ୍କୁ ରାଗିଂ

ବ୍ରହ୍ମପୁର: ବ୍ରହ୍ମପୁର ଏମକେସିଜିରେ ଏମବିବିଏସ ଦ୍ୱିତୀୟ ବର୍ଷ ଛାତ୍ରଙ୍କୁ ରାଗିଂ ଅଭିଯୋଗ । ବିଭିନ୍ନ ହଷ୍ଟେଲର ଏକାଧିକ ଛାତ୍ରଙ୍କୁ ରାଗିଂ ହୋଇଥିବା ଅଭିଯୋଗ । ନ୍ୟାସନାଲ ମେଡିକାଲ କାଉନ୍ସିଲ ନିକଟରେ ଅଭିଭାବକଙ୍କ ଅଭିଯୋଗ । ଅଭିଯୋଗ ଆଧାରରେ ତଦନ୍ତ ପାଇଁ ଡିନଙ୍କୁ ଚିଠି ଲେଖିଲା ଏନଏମସି । ଏନଏମସି ପକ୍ଷରୁ ଚିଠି ପାଇବା ପରେ ନିର୍ଦେଶ ଦେଲେ କଲେଜ ଡିନ। ହଷ୍ଟେଲରେ କୌଣସି ଛାତ୍ର ମୁଂହ ଖୋଲିନଥିବା କହିଲେ ଡିନ। ମାନସିକ ଓ ଶାରୀରିକ ନିର୍ଯ୍ୟାତନା ନେଇ ଏନଏମସିରେ ଅଭିଯୋଗ ହୋଇଛି । ଏନେଇ କଲେଜରେ ଆଣ୍ଟି ରାଗିଂ ସେଲରେ ବୈଠକ ବସିବା କହିଲେ ଡିନ । ସୂଚନାଯୋଗ୍ୟ, କିଛି ଦିନ ତଳେ ଏମକେସିଜି ମେଡିକାଲ କଲେଜର ରୁଦ୍ର ରାଉତ ନାମକ ଜଣେ ଦ୍ବିତୀୟ ବର୍ଷର ଛାତ୍ରଙ୍କୁ ରାଗିଂ ରାଗିଂ ସହ ଆକ୍ରମଣ ହୋଇଥିଲା । ଅଭିଯୁକ୍ତ ୪ ସିନିଅର୍ ଛାତ୍ରଙ୍କୁ କ୍ୟାମ୍ପସ୍ରୁ ବ୍ୟାନ୍ କରାଯାଇଥିଲା। ତଦନୁଯାୟୀ, ଚତୁର୍ଥ ବର୍ଷ ଛାତ୍ର ଷ୍ଟାଲିନ ମହାପାତ୍ର ଓ ଜ୍ୟୋତିପ୍ରକାଶ ରାଉତ ୨ମାସ ପର୍ଯ୍ୟନ୍ତ କ୍ୟାମ୍ପସ୍ରେ ପ୍ରବେଶ କରିପାରିବେ ନାହିଁ। ଉଭୟଙ୍କୁ ହଷ୍ଟେଲ ଛାଡ଼ିବା ସହ କ୍ଲାସ୍କୁ ନ ଆସିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଥିଲା।
ସେହିଭଳି ରାଗିଂକୁ ପ୍ରଶ୍ରୟ ଦେବା ଅଭିଯୋଗରେ ଚତୁର୍ଥ ବର୍ଷ ଛାତ୍ର ସୂର୍ଯ୍ୟକାନ୍ତ ନାୟକ ଓ ରମେଶ ସେଠୀଙ୍କୁ ଦୁଇ ସପ୍ତାହ ପାଇଁ ହଷ୍ଟେଲ ଛାଡ଼ିବା ସହ କ୍ଲାସ୍କୁ ନ ଆସିବାକୁ ନିର୍ଦ୍ଦେଶ ଦିଆଯାଇଥିଲା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking