25.1 C
Bhubaneswar
Saturday, June 7, 2025
Homeଓଡିଶା୧୧ଟି ସରକାରୀ ବିଶ୍ୱବିଦ୍ୟାଳୟରେ ତୁରନ୍ତ କୁଳପତି ଓ କୁଳସଚୀବ ନିଯୁକ୍ତି ନ ଦେଲେ ଛାତ୍ର ଆନ୍ଦୋଳନ...

୧୧ଟି ସରକାରୀ ବିଶ୍ୱବିଦ୍ୟାଳୟରେ ତୁରନ୍ତ କୁଳପତି ଓ କୁଳସଚୀବ ନିଯୁକ୍ତି ନ ଦେଲେ ଛାତ୍ର ଆନ୍ଦୋଳନ ହେବ

ଭୁବନେଶ୍ୱର: ଜାତୀୟଶିକ୍ଷା ନୀତି-୨୦୨୦କୁ ନେଇବିଜେପିସରକାରଡେଙ୍ଗୁରା ପିଟୁଥିବାବେଳେଓଡ଼ିଶାରସର୍ବପୁରାତନ ବିଶ୍ୱବିଦ୍ୟାଳୟ ଉତ୍କଳ ବିଶ୍ୱବିଦ୍ୟାଳୟ ତଥା ଓଡ଼ିଶାରସମସ୍ତସରକାରୀବିଶ୍ୱବିଦ୍ୟାଳୟଳର ଦୂରାବସ୍ଥାକହିଲେ କଥା କହିଲେ ନ ସରେବୋଲି ପ୍ରଦେଶ କଂଗ୍ରେସର ପୂର୍ବତନ ସାଧାରଣସମ୍ପାଦକ ତଥା ଉତ୍କଳ ବିଶ୍ୱବିଦ୍ୟାଳୟରଛାତ୍ରସଂସଦର ପୂର୍ବତନ ସଭାପତିମନୋଜବିଶ୍ୱାଳ ଅଭିଯୋଗ କରିଛନ୍ତି।କୁଳପତିଙ୍କରକାର୍ଯ୍ୟକାଳରସରିଯିବା ପରେତାଙ୍କୁ ଅଧିକ ୬ ମାସସେହି ପଦବୀରେରଖାଯାଇଥିଲା।ମାତ୍ରସେ ୬ ମାସ ପୁରିଗଲାସରକାରସେହିସମୟମଧ୍ୟରେ ନୂଆକୁଳପତି ନିଯୁକ୍ତି ପାଇଁବ୍ୟବସ୍ଥିତ ପଦକ୍ଷେପ ଗ୍ରହଣକଲେ ନାହିଁ।ଏବେ ୩ ଦିନ ହେବ ଉତ୍କଳ ବିଶ୍ୱବିଦ୍ୟାଳୟରେକୁଳପତି ନାହାନ୍ତି।ଏହା ଉତ୍କଳ ବିଶ୍ୱବିଦ୍ୟାଳୟରଇତିହାସ ଏକ ଅଭାବନୀୟ ଘଟଣା।କୁଳସଚୀବଭାବେଜଣେବରିଷ୍ଠଓ.ଏସେ ଅଫିସର ରହିବାର ନିୟମରହିବା ଦରକାର।ମାତ୍ର ୧ ମାସରୁଉର୍ଦ୍ଧ୍ୱସମୟହେବଏହି ପଦବୀଖାଲି ପଡ଼ିଛିଏବଂଏହି ପଦବୀରେଜଣେ ପ୍ରଫେସରକାର୍ଯ୍ୟକରୁଛନ୍ତି।ଏହିସମାନ ଅବସ୍ଥା ଓଡ଼ିଶାରେ ୧୧ ଟିସରକାରୀବିଶ୍ୱବିଦ୍ୟାଳୟରେ ପରିଲକ୍ଷିତହୋଇଛି।କେଉଁଠାରେବିସ୍ଥାୟୀକୁଳପତି ନାହାନ୍ତି।

ସୁତରାଂବିଜେପିସରକାରଓଡ଼ିଶାରେଉଚ୍ଚଶିକ୍ଷାବ୍ୟବସ୍ଥାକୁସଂପୂର୍ଣ୍ଣବିପର୍ଯ୍ୟସ୍ତକରିଦେଇଛନ୍ତି। ଏ ଘଟଣାକୁନେଇରାଜଭବନ ନୀରବରହିଛି।କୁଳସଚୀବ ନିଯୁକ୍ତିରେ ଯେପରିସମସ୍ତ ଆଇନକୁ ଉଲଘଂନ କରାଯାଇଛି।ସେହିପରିଭାରପ୍ରାପ୍ତ କୁଳପତି ଦାୟିତ୍ୱ ଦେବାରେସମସ୍ତ ନିୟମଉଲଘଂନ କରାଯାଇଥିଲା। ଆଦୌ କୁଳପତି ନଥିବାରୁବିଶ୍ୱବିଦ୍ୟାଳୟରେ ଅଭାବନୀୟ ପରିସ୍ଥିତିସୃଷ୍ଟିହୋଇଛି।ବିଶ୍ୱବିଦ୍ୟାଳୟରବିଭିନ୍ନ ପରୀକ୍ଷା ଫଳ ପ୍ରକାଶରେକୁଳପତିଙ୍କର ଦସ୍ତଖତ ରହିବା କଥା, କୁଳପତି ନଥିବାରୁ ପରୀକ୍ଷା ଫଳ ପ୍ରକାଶବିଳମ୍ବ ହେଉଛି।ସାର୍ଟିଫିକେଟ ଦେବାକ୍ଷେତ୍ରରେ ମଧ୍ୟ ବହୁସମସ୍ୟାସୃଷ୍ଟିହେଉଛି। ଛାତ୍ରଛାତ୍ରୀମାନଙ୍କରବୃହତ୍ତରସ୍ୱାର୍ଥ ଦୃଷ୍ଟିରୁସରକାରଙ୍କରଏଭଳି ଉଦାସୀନତାକୁସହ୍ୟକରାଯିବ ନାହିଁବୋଲିଶ୍ରୀବିଶ୍ୱାଳକହିଛନ୍ତି। ଯଦି ସରକାରତୁରନ୍ତ ପ୍ରକ୍ରିୟା ଅନୁଯାୟୀ ୧୧ ଟିସରକାରୀବିଶ୍ୱବିଦ୍ୟାଳୟରେସ୍ଥାୟୀକୁଳପତି ଓ କୁଳସଚୀବ ନିଯୁକ୍ତି ନ କରନ୍ତିତେବେ ଆଗାମୀ ଦିନରେରାଜ୍ୟବ୍ୟାପୀଛାତ୍ର ଆନ୍ଦୋଳନ ହେବବୋଲିଶ୍ରୀବିଶ୍ୱାଳ ଏକ ପ୍ରେସବିଜ୍ଞପ୍ତିକହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking