27.1 C
Bhubaneswar
Friday, December 5, 2025
Homeଓଡିଶାଘରୋଇ ବିଶ୍ୱବିଦ୍ୟାଳୟରେ ଛାତ୍ରଙ୍କୁ ହତ୍ୟା!

ଘରୋଇ ବିଶ୍ୱବିଦ୍ୟାଳୟରେ ଛାତ୍ରଙ୍କୁ ହତ୍ୟା!

କଟକ: କଟକ ବାରଙ୍ଗ ସ୍ଥିତ ଘରୋଇ ବିଶ୍ୱ ବିଦ୍ୟାଳୟରେ ଛାତ୍ରଙ୍କର ଅସ୍ୱାଭାବିକ ଭାବେ ମୃତ୍ୟୁ ଘଟିଛି ।  ମୃତକ ହେଉଛନ୍ତି ଏମବିଏ ଦ୍ୱିତୀୟ ବର୍ଷର ଛାତ୍ର , ମୃତ୍ୟୁଞ୍ଜୟ ବେଦାନ୍ତ । ତାଙ୍କ ଘର ବାଲେଶ୍ୱର ଜିଲ୍ଲା ଖଇରାରେ ବୋଲି ଜଣାପଡିଛି । ଗତକାଲି ମୃତ୍ୟୁଞ୍ଜୟଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ତେବେ ଏହା ପରେ ହତ୍ୟା ଅଭିଯୋଗ ଆଣିଛନ୍ତି ତାଙ୍କ ପରିବାର ଲୋକେ ।ବାରଙ୍ଗ ଥାନାରେ ହତ୍ୟା ଅଭିଯୋଗ କରିଛନ୍ତି ପରିବାର ଲୋକ ।  ଅଭିଯୋଗ ଆଧାରରେ ପୋଲିସ,  ଘରୋଇ ବିଶ୍ୱ ବିଦ୍ୟାଳୟର  କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।  କିଛି ସମୟ ପୂର୍ବରୁ ମୃତକଙ୍କ ଭଉଣୀ ଗଣ ମାଧ୍ୟମକୁ ପ୍ରତିକ୍ରିୟା ଦେି କହିଛନ୍ତି ଯେ ତାଙ୍କୁ ଏହି ଘଟଣାକୁ ଅଧିକ ପ୍ରସାରିତ ନକରିବା ପାଇଁ ଚାପ ପକାଯାଉଛି । ପରିବାର ଲୋକଙ୍କ କହିବା କଥା,  ମୃତ୍ୟୁ କିପରି ହେଲା କାରଣ କଣ ଜାଣିବା ପାଇଁ ପୋଷ୍ଟମର୍ଟମ କରାଯାଇ ତଦନ୍ତ ଆରମ୍ଭ କରାଯାଉ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking