13.1 C
Bhubaneswar
Sunday, January 18, 2026
Homeଦେଶ ବିଦେଶକାଫେ ଭିତରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ

କାଫେ ଭିତରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ

ଉତ୍ତରପ୍ରଦେଶ: ଗୋଟିଏ କାଫେ ଭିତରେ ଜଣେ ୧୮ ବର୍ଷୀୟ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଛି। ୩ ଜଣ ଯୁବକ ଛାତ୍ରୀଙ୍କୁ କାଫେର ଗୋଟିଏ କ୍ୟାବିନ ଭିତରେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ତାଜମହଲ ଆଗ୍ରାରେ ଘଟିଛି ।ସବୁଠାରୁ ସାଂଘାତିକ କଥା ହେଉଛି ଯେ ଅଭିଯୁକ୍ତମାନେ ଘଟଣା ବେଳର ଦୃଶ୍ୟକୁ ରେକର୍ଡ କରିଥିଲେ ଓ ଭିଡିଓ ବଦଳରେ ପୀଡ଼ିତାଙ୍କ ଠାରୁ ଟଙ୍କା ଆଦାୟ କରିବାକୁ ଚେଷ୍ଟା କରିଥିଲେ। ଛାତ୍ରୀ ଜଣଙ୍କ ଟଙ୍କା ଦେବାକୁ ମନା କରିଦେବାରୁ ସେମାନେ ଗଣଦୁଷ୍କର୍ମର ଭିଡିଓକୁ ସୋଶାଲ ମିଡିଆରେ ଅପଲୋଡ କରିଦେଇଥିଲେ।ଭିଡିଓ ଭାଇରାଲ ହେବା ପରେ ଛାତ୍ରୀ ଜଣଙ୍କ ତାଙ୍କ ସହ ଘଟିଥିବା ଭୟଙ୍କର ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ। ଝିଅ ଠାରୁ ସବୁ କଥା ଶୁଣିବା ପରେ ବାପା ନଭେମ୍ବର ୧୪ରେ ଏନେଇ ପୁଲିସ୍‌ରେ ଅଭିଯୋଗ କରିଥିଲେ।ତଦନ୍ତରୁ ଜଣାପଡ଼ିଛି ଯେ କାଫେରେ ଲାଗିଥିବା ସିସିଟିଭି ଘଟଣା ଦିନ କାମ କରୁ ନଥିଲେ। ସେଠାରେ ଥିବା କ୍ୟାବିନଗୁଡ଼ିକୁ ଘଣ୍ଟାଏ ହିସାବରେ ଭଡ଼ାରେ ଦିଆଯାଏ। ଘଟଣା ପରେ କାଫେ ଅପରେଟରଙ୍କୁ ମଧ୍ୟ ପୁଲିସ୍ ନୋଟିସ କରିଛି। ସେହିପରି ଅଭିଯୁକ୍ତମାନଙ୍କୁ ଗିରଫ କରି ଜେଲ ହାଜତକୁ ପଠାଇ ଦେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking