26.1 C
Bhubaneswar
Friday, March 20, 2026
Homeଦେଶ ବିଦେଶଏସିପିଙ୍କ ଦ୍ବାରା ‌ଦୁଷ୍କର୍ମର ଶିକାର ହେଲେ ଛାତ୍ରୀ

ଏସିପିଙ୍କ ଦ୍ବାରା ‌ଦୁଷ୍କର୍ମର ଶିକାର ହେଲେ ଛାତ୍ରୀ

ନୂଆଦିଲ୍ଲୀ : ପୋଲିସ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି  ଆଇଆଇଟି କାନପୁରର ଜଣେ ଛାତ୍ରୀ । ଏହାକୁ ଭିତ୍ତି କରି ପୋଲିସ ଯାଞ୍ଚ କରୁଛି । ଡିସିପି ଅଙ୍କିତା ଶର୍ମା ଗଣମାଧମକୁ ପ୍ରତିକ୍ରିୟା ଦେଇଛନ୍ତି ‘ଆଇଆଇଟି କାନପୁରର ଜଣେ ଛାତ୍ରୀ ଏସିପି ମୋହସିନଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗକୁ କେନ୍ଦ୍ର କରି ଏସିପିଙ୍କ ବିରୋଧରେ ଯାଞ୍ଚ ପାଇଁ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଛି। ଆଇଆଇଟି କାନପୁରରେ ହିଁ ଏସିପି ଓ ପିଏଚଡ଼ି ପଢ଼ୁ୍‌ଥିବା ପୀଡ଼ିତା ଛାତ୍ରୀଙ୍କ ମଧ୍ୟରେ ସାକ୍ଷାତକାର ହୋଇଥିଲା। ପୀଡ଼ିତା ପୁଲିସ କମିଶନର ଅଖିଲ କୁମାରଙ୍କ ନିକଟରେ ଅଭିଯୋଗ କରି କହିଛନ୍ତି, ‘ଏସିପି ମୋହିସନ ଖାନ ମୋ ସହିତ ଦୁଷ୍କର୍ମ କରିଥି‌ଲେ। ଦୁଷ୍କର୍ମ ପରେ ସେ ମୋତେ ବିବାହ ପାଇଁ ପ୍ରତିଶ୍ରୃତି ଦେଇଥିଲେ। ଏହି ପ୍ରତିଶ୍ରୃତି ନାମରେ ସେ ମୋ ସହିତ ଅନେକଥର ଶାରୀରିକ ସମ୍ପର୍କ ରଖିଥିଲେ। ମୁଁ ପରେ ଯେତେବେଳେ ଜାଣିଲି ସେ ବିବାହିତ ତାଙ୍କ ସନ୍ତାନ ବି ଅଛନ୍ତି। ମୁଁ ଏବିଷୟରେ ତାଙ୍କୁ ପଚାରିବାରୁ ସେ କହିଥିଲେ ପ୍ରଥମ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇ ମୋତେ ବିବାହ କରିବେ କିନ୍ତୁ ସେପରି କିଛି କଲେନାହିଁ। ଏବେ ସେ ମୋ ସହିତ ସମସ୍ତ ପ୍ରକାର ଯୋଗାଯୋଗ ବନ୍ଦ କରି ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking